କୃଷି କ୍ଷେତ୍ରକୁ ମଜଭୁତ କରିବା ପାଇଁ ସରକାର ପଦକ୍ଷେପ ନେଉଛନ୍ତି: ପ୍ରଧାନମନ୍ତ୍ରୀ ମୋଦୀ

ଅହମ୍ମଦାବାଦ,ଏଜେନ୍ସି: ଦେଶରେ କୃଷି କ୍ଷେତ୍ରକୁ ମଜଭୁତ କରିବା ପାଇଁ ସରକାର ଆବଶ୍ୟକ ପଦକ୍ଷେପ ନେଉଥିବା ଶନିବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି। ଫଳରେ କୃଷକମାନଙ୍କୁ ଆଉ ସମସ୍ୟାର ସମ୍ମୁଖୀନ ହେବାକୁ ପଡ଼ିବନି।
ନୂତନ କୃଷି ନୀତିକୁ ନେଇ ରାଜନୈତିକ ବିରୋଧ ହେଉଥିବା ବେଳେ ସେ ଏହି ସୂଚନା ଦେଇଛନ୍ତି। ପ୍ରଧାନମନ୍ତ୍ରୀ ମୋଦୀ ଭିଡିଓ କନଫରେନ୍ସିଂ ଜରିଆରେ ଗୁଜୁରାଟରେ ୩ଟି ପ୍ରକଳ୍ପର ଉଦଘାଟନ ସମୟରେ ଏହି ସୂଚନା ଦେଇଛନ୍ତି।

ଏଥିସହିତ ସେ କହିଛନ୍ତି କୃଷକଙ୍କ ରୋଜଗାରକୁ ଦିଗୁଣ କରିବା ଏବଂ ଉତ୍ପାଦକ ଖର୍ଚ୍ଚ କମ୍ କରିବା ସହ ସମସ୍ତ ସମସ୍ୟାର ସମାଧାନ କରିବାକୁ ଚେଷ୍ଟା କରିବୁ।

ଯେମିତିକି ଚାଷୀଙ୍କୁ ସାରା ଦେଶରେ ନିଜର ଉତ୍ପାଦିତ ଶଶ୍ୟକୁ ବିକ୍ରି କରିବାକୁ ଅନୁମତି ଦେବା, କୃଷକ ଉତ୍ପାଦକ ସଂଗଠନ ପ୍ରସ୍ତୁତ କରିବା, ଶଶ୍ୟ ଫଳିବା ପରେ ଉତ୍ପାଦନ କରାଯିବ ଓ ତାର ବୀମା କରିବା, ଶହେ ପ୍ରତିଶତ ନୀମ କୋଟିଂ କରିବା ଏବଂ ମାଟି ସ୍ୱାସ୍ଥ୍ୟ କାର୍ଡ ପ୍ରଭୃତି ଆବଶ୍ୟକ ପଦକ୍ଷେପଗୁଡ଼ିକୁ କ୍ରମାଗତ ଭାବେ ନିଆଯିବ ବୋଲି କହିଛନ୍ତି।