ଡ. ଲଳିତ ବେହେରାଙ୍କ ଉପରୁ ନିଲମ୍ବନ ଆଦେଶ ଉଠିଲା

ଭୁବନେଶ୍ଵର : ବିଧାନସଭା ଡିସପେନସାରୀର ଡାକ୍ତର ଲଳିତ ବେହେରାଙ୍କ ଉପରୁ ରାଜ୍ୟ ସରକାର ଶୁକ୍ରବାର ନିଲମ୍ବନ ଆଦେଶ ପ୍ରତ୍ୟାହାର କରିନେଇଛନ୍ତି । ଏବେ ସେ ପୁଣି ଥରେ ଡିସପେନସାରୀ ମେଡିକାଲ ଅଫିସର ଭାବେ ଦାୟିତ୍ଵରେ ରହିବେ। କିଛିଦିନ ତଳେ ରାଜ୍ୟର ୩ୟ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିଲେ । ଏହି ଆକ୍ରାନ୍ତ ଜଣକ ଡିସପେନସାରୀକୁ ଚିକିତ୍ସା ପାଇଁ ଯାଇଥିଲେ । ଗାଇଡଲାଇନ ପାଳନ ନ କରି ଡିସପେନସାରୀରେ କରୋନା ଆକ୍ରାନ୍ତଙ୍କୁ ଚିକିତ୍ସା କରିଥିବା ଅଭିଯୋଗ ହେବା ପରେ ରାଜ୍ୟ ସରକାର ଡିସପେନସାରୀର ମେଡିକାଲ ଅଫିସର ଡ. ବେହେରାଙ୍କୁ ଗତ ୨୭ ତାରିଖରେ ନିଲମ୍ବନ କରିଥିଲେ ।