ପୁରୀ,ଏନ୍ଏନ୍ଏସ୍: କୋର୍ଟର ନିର୍ଦ୍ଦେଶ ଅନୁସାରେ ଆମିକସ କ୍ୟୁରୀ ଓ ସଲିସିଟର ଜେନେରାଲ ପୁରୀରେ ମଠ ଉଚ୍ଛେଦ ଘଟଣାର ପରଦର୍ଶନରେ ଆସିଛନ୍ତି। ଏହି ପରିପ୍ରେକ୍ଷୀରେ ପୁରୀରେ ଶନିବାର ଆୟୋଜିତ ଏକ ବୈଠକରେ ଆମିକସ କ୍ୟୁରୀ ନିଜର ପ୍ରତିକ୍ରିୟା କହିଛନ୍ତି ଯେ, ‘କୋର୍ଟର ନିର୍ଦ୍ଦେଶ ଅନୁସାରେ ଅନୁଧ୍ୟାନ ପାଇଁଆସିଥିଲୁ, ସରକାରଙ୍କ ନିଷ୍ପତ୍ତି ଠିକ୍, ଏହାକୁ ରୋକାଯିବା ଅନୁଚିତ, ଏଠାରେ ସରକାର ଉତ୍ତମ ପରିଚାଳନା କରିଛନ୍ତି, କାହାରିକୁ ଜୋରଜବରଦସ୍ତ ଉଚ୍ଛେଦ କରାଯାଉନାହିଁ’ ଏବଂ ଏହି ଉଚ୍ଛେଦ ବାବଦରେ ସରକାର ପୂର୍ବରୁ ମଧ୍ୟ ସମସ୍ତଙ୍କ ସହ ଆଲୋଚନା କରିସାରିଛନ୍ତି।