ବ୍ୟାଙ୍କରେ ଟଙ୍କା ଜମା ଉପରେ ଜାରି ହୋଇଥିବା କଟକଣାକୁ ନେଇ ମତ ବଦଳାଇଲେ ରାଜ୍ୟ ସରକାର

ଭୁବନେଶ୍ୱର,ଏନ୍ଏନ୍ଏସ୍: ବ୍ୟାଙ୍କରେ ଅର୍ଥ ଜମା ରଖିବା ସମ୍ପର୍କରେ ଓଡ଼ିଶା ସରକାର ବିଭିନ୍ନ ବିଭାଗକୁ ସତର୍କ କରାଇଥିବା ଘଟଣାକୁ ନେଇ ଶନିବାର ରାଜ୍ୟ ସରକାର ସ୍ପଷ୍ଟ କରିଛନ୍ତି ଯେ କୌଣସି ନିର୍ଦ୍ଦିଷ୍ଟ ବ୍ୟାଙ୍କ୍‌ ଆର୍ଥିକ ଅବସ୍ଥା ଉପରେ ପ୍ରଶାସନ ମତ ପ୍ରକାଶ କରିନାହିଁ।

ଓଡ଼ିଶାର ପ୍ରମୁଖ ସଚିବ ସମ୍ପୃକ୍ତ କର୍ମଚାରୀ ଏବଂ ବିଭାଗଗୁଡ଼ିକୁ ଦେଇଥିବା ସ୍ପଷ୍ଟିକରଣରେ ଉଲ୍ଲେଖ ଅଛି ଯେ ଏତଦ୍ୱାରା ଏହା ସ୍ପଷ୍ଟ କରାଯାଉଛି ଯେ ଭାରତୀୟ ରିଜର୍ଭ ବ୍ୟାଙ୍କର ଅଧୀନରେ ଆସୁଥିବା କୌଣସି ନିର୍ଦ୍ଦିଷ୍ଟ ଆର୍ଥିକ ପରିସ୍ଥିତି ଉପରେ ରାଜ୍ୟ ସରକାର କୌଣସି ମତବ୍ୟକ୍ତ କରିନାହାନ୍ତି। ବ୍ୟାଙ୍କମାନଙ୍କର ଆର୍ଥିକ ପରିସ୍ଥିତି ସଂକ୍ରାନ୍ତରେ ଆଶଙ୍କା କରିବାର କୌଣସି କାରଣ ନାହିଁ।

ଏଥିରେ ଆହୁରି କୁହାଯାଇଛି କି, ପୂର୍ବରୁ ଅକ୍ଟୋବର ୨୧ରେ ଜାରି ହୋଇଥିବା ସର୍କୁଲାର ଅର୍ଥ ନୂଆ ଆକାଉଣ୍ଟ୍‌ ଖୋଲି ଜନମଙ୍ଗଳ ଓ ବିକାଶ କାର୍ୟ୍ୟକ୍ରମ ପାଇଁ ଜମା ଥିବା ସରକାରୀ ପାଣ୍ଠି ସ୍ଥାନାନ୍ତର ନ କରିବାକୁ।