ନୂଆଦିଲ୍ଲୀ: କରୋନା ସଂକ୍ରମଣକୁ ରୋକିବା ପାଇଁ ଜାରି ରହିଥିବା ଲକଡାଉନ ଯୋଗୁ ରାଜଧାନୀ ଦିଲ୍ଲୀର ଅର୍ଥ ବ୍ୟବସ୍ଥା ବିଗିଡ଼ିବାରେ ଲାଗିଛି। ଏହି ସଙ୍କଟ ମଧ୍ୟରେ ରାଜ୍ୟ ସରକାରଙ୍କ ପାଖରେ କର୍ମଚାରୀଙ୍କୁ ଦେବା ପାଇଁ ଟଙ୍କା ନାହିଁ। ବର୍ତ୍ତମାନ ସମୟରେ କର୍ମଚାରୀଙ୍କୁ ଦରମା ଦେବା ହିଁ ଦିଲ୍ଲୀ ସରକାରଙ୍କ ସବୁଠୁ ବଡ଼ ସମସ୍ୟା ଭାବେ ମୁଣ୍ଡ ଟେକିଛି। ସେଥିପାଇଁ ଦିଲ୍ଲୀକୁ ୫ ହଜାର କୋଟି ଦେବା ପାଇଁ ଉପମୁଖ୍ୟମନ୍ତ୍ରୀ କେନ୍ଦ୍ର ଅର୍ଥମନ୍ତ୍ରୀଙ୍କୁ ଚିଠି ଲେଖିଛନ୍ତି। ଏନେଇ ଟ୍ୱିଟ ଯୋଗେ ସେ ସୂଚନାପ୍ରଦାନ କରିଛନ୍ତି।
मैंने केंद्रीय वित्त मंत्री को चिट्ठी लिखकर दिल्ली के लिए 5 हज़ार करोड़ रुपए की राशि की माँग की है.
कोरोना व लॉकडाउन की वजह से दिल्ली सरकार का टैक्स कलेक्शन क़रीब 85% नीचे चल रहा है. केंद्र की ओर से बाक़ी राज्यों को जारी आपदा राहत कोष से भी कोई राशि दिल्ली को नहीं मिली है.
— Manish Sisodia (@msisodia) May 31, 2020