ଡିଗ୍ରୀ କଲେଜ ଗଭର୍ଣ୍ଣିଂ ବଡି ଭାଙ୍ଗିଲେ ରାଜ୍ୟ ସରକାର

ଭୁବନେଶ୍ୱର,ଏନ୍ଏନ୍ଏସ୍: ରାଜ୍ୟର ସମସ୍ତ ବେସରକାରୀ ଅନୁଦାନପ୍ରାପ୍ତ ଡିଗ୍ରୀ କଲେଜର ଗଭର୍ଣ୍ଣି ବଡିକୁ ରାଜ୍ୟ ସରକାର ଭାଙ୍ଗିଛନ୍ତି। ଏ ନେଇ ଉଚ୍ଚ ଶିକ୍ଷା ବିଭାଗ ପକ୍ଷରୁ ବିଧିବଦ୍ଧ ଭାବେ ଘୋଷଣା କରାଯାଇଛି। ଜିଲ୍ଲା ମୁଖ୍ୟାଳୟରେ ଥିବା କଲେଜ ସଭାପତି ଏଡିଏମ୍ ଦାୟିତ୍ୱରେ ରହିବେ। ପରବର୍ତ୍ତୀ ନିର୍ଦ୍ଦେଶ ଆସିବା ପର୍ଯ୍ୟନ୍ତ ସେ ଏହି ଦାୟିତ୍ୱରେ ରହିବେ। ଏକାଧିକ ଏଡିଏମ୍ ଥିଲେ ଜଣଙ୍କୁ ହିଁ ଜିଲ୍ଲାପାଳ ଦାୟିତ୍ୱ ଦେବେ। ସଦର ମହକୁମା ବାହାରେ ଥିବା କଲେଜରେ ମୁଖ୍ୟ ଉପଜିଲ୍ଲାପାଳ ହେବେ ବୋଲି ଜଣାପଡିଛି। ଏହି ନିର୍ଦ୍ଦେଶନାମା ତୁରନ୍ତ ଲାଗୁ କରିବା ପାଇଁ ବିଜ୍ଞପ୍ତିରେ ଉଲ୍ଲେଖ ରହିଛି।