ଗଣେଶ ବନ୍ଦନା ଗାଇଲେ ରାଜ୍ୟପାଳ

ଭୁବନେଶ୍ବର,ଏନ୍ଏନ୍ଏସ୍: ବଡ଼ଗଡ଼ରେ ପୂଜା ପାଉଛନ୍ତି ସବୁଠାରୁ ବଡ଼ ତଥା ୫୧ ଫୁଟ ଉଚ୍ଚତାର ଗଣେଶ ମୂର୍ତ୍ତି । ଗଜାନନଙ୍କ ହାତରେ ଶୋଭା ପାଉଛି ୫୦ କେଜିର ଲଡ଼ୁ । ବ୍ରାଇଟ୍ ଷ୍ଟାର ୟୁଥ୍‌ ଆସୋସିଏସନ ପକ୍ଷରୁ ଏହି ଆୟୋଜନ କରାଯାଇଛି । ତେବେ ଏଠାରେ ପହଞ୍ଚି ବିଘ୍ନ ବିନାଶକଙ୍କୁ ଦର୍ଶନ କରିବା ସହିତ ଭକ୍ତଙ୍କ ସହ ଗଣେଶ ବନ୍ଦନା ଗାଇଛନ୍ତି ରାଜ୍ୟପାଳ ଗଣେଶୀ ଲାଲ ।