ମହାରାଷ୍ଟ୍ରରେ ଚାଷୀଙ୍କୁ ଆର୍ଥିକ ସହାୟତା ଘୋଷଣା କଲେ ରାଜ୍ୟପାଳ

ମୁମ୍ବାଇ,ଏଜେନ୍ସି: ମହାରାଷ୍ଟ୍ରରେ ରାଷ୍ଟ୍ରପତି ଶାସନ ଜାରି ହେବାପରେ ରାଜ୍ୟପାଳ ଭଗତ ସିଂହ କୋଶୟାରୀ ଚାଷୀଙ୍କୁ ଖୁସି କରିବା ପାଇଁ ଚାଷୀଙ୍କୁ ଆର୍ଥିକ ସହାୟତା ଦେବାପାଇଁ ଘୋଷଣା କରିଛନ୍ତି। ରାଜ୍ୟପାଳ ଭଗତ ସିଂହ କୋଶୟାରୀଙ୍କ ଘୋଷଣା ଅନୁଯାୟୀ ଚାଷୀଙ୍କୁ ଖରିଫ ପସଲ ପାଇଁ ୨ ହେକ୍ଟର ପର୍ୟ୍ୟନ୍ତ ସହାୟତା ମିଳିବ ।

ଚାଷୀମାନେ ହେକ୍ଟର ପିଛା ୮ ହଜାର ଟଙ୍କାର ଆର୍ଥିକ ସହାୟତା ପାଇବେ। ସେହିଭଳି ଉଦ୍ୟାନ ଫସଲ ଉଜୁଡିଯାଇଥିଲେ ୨ ହେକ୍ଟର ପାଇଁ ସହାୟତା ମିଳିବ । ଏଥିପାଇଁ ହେକ୍ଟର ପିଛା ୧୮ ହଜାର ଟଙ୍କା ପର୍ୟ୍ୟନ୍ତ ସହାୟତା ରାଶି ମିଳିବ ବୋଲି ସେ ସୂଚନା ଦେଇଛନ୍ତି । ଖାଲି ସେତିକି ନୁହେଁ,ପ୍ରଭାବିତ ଚାଷୀଙ୍କ ପାଠପଢ଼ା ପିଲାଙ୍କ ଫି ଛାଡ଼ ମଧ୍ୟ କରାଯାଇଛି ବୋଲି ରାଜ୍ୟପାଳ କହିଛନ୍ତି ।

ସୂଚନାଯୋଗ୍ୟ ପୂର୍ବରୁ ମହାରାଷ୍ଟ୍ରର ତତ୍କାଳୀନ ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ରେ ଫଡନାଭିସ ନଭେମ୍ବର ୨ତାରିଖରେ ବର୍ଷାରେ ନଷ୍ଟ ହୋଇଥିବା ଫସଲର କ୍ଷୟକ୍ଷତିକୁ ଆଖିରେ ରଖି ଚାଷୀଙ୍କ ପାଇଁ ସ୍ୱତନ୍ତ୍ର ସହାୟତା ଭାବେ ୧୦ ହଜାର କୋଟି ଟଙ୍କା ମଂଜୁର କରିଥିଲେ ।