ନୂଆଦିଲ୍ଲୀ: ଦେଶରେ ପେଟ୍ରୋଲ ଓ ଡିଜେଲ ଦର ଲଗାତାର ଭାବେ ବଢ଼ିବାରେ ଲାଗିଛି । ଏହାକୁ କେନ୍ଦ୍ର କରି ବିରୋଧୀ ଦଳ ମଧ୍ୟ ସରକାରଙ୍କୁ ଘେରିଛି । ଇତିମଧ୍ୟରେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ରାଜ୍ୟସଭାରେ ତୈଳଦର ବୃଦ୍ଧିକୁ ଅଭୂତପୂର୍ବ ଦର୍ଶାଇଛନ୍ତି । ଇନ୍ଧନ ଦର ଅଭୂତପୂର୍ବ ବଢ଼ିବା ଆମ ପାଇଁ ଏକ ଚ୍ୟାଲେଞ୍ଜ ବୋଲି ସୀତାରମଣ କହିଛନ୍ତି ।
ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଆହୁରି କହିଛନ୍ତି ଯେ, ୨୦୧୦-୧୧ ବର୍ଷରୁ ୨୦୨୧-୨୨ ବର୍ଷ ପର୍ଯ୍ୟନ୍ତ ପେଟ୍ରୋଲ- ଡିଜେଲ ଉପରେ ଲାଗୁଥିବା ସେସ୍ ଜରିଆରେ କେନ୍ଦ୍ର ସରକାର ୧୧.୩୨ ଲକ୍ଷ କୋଟି ଟଙ୍କା ଏକତ୍ରିତ କରିଛନ୍ତି । ସେଥିମଧ୍ୟରୁ ସରକାର ଏହି ସମୟରେ ୧୧.୩୭ ଲକ୍ଷ କୋଟି ଟଙ୍କା ଖର୍ଚ୍ଚ କରିଛନ୍ତି ।