ଭୁବନେଶ୍ୱର,ଏନ୍ଏନ୍ଏସ୍: ରାଜ୍ୟର ସମସ୍ତ ଠିକା କର୍ମଚାରୀଙ୍କ ପାଇଁ ସରକାର ବଡ଼ ନିଷ୍ପତ୍ତି ନେଇଛନ୍ତି। ଏନେଇ ପଞ୍ଚାୟତିରାଜ ମନ୍ତ୍ରୀ ପ୍ରତାପ ଜେନା ସୂଚନା ଦେଇଛନ୍ତି। ଏଣିକି ଠିକା କର୍ମଚାରୀଙ୍କୁ ଇନିସିଆଲ ଆପଏଣ୍ଟି କୁହାଯିବ। ସମସ୍ତ ଠିକା କର୍ମଚାରୀଙ୍କୁ ପ୍ରଥମ ବର୍ଷରୁ ଅଧିକ ୫୦ ପ୍ରତିଶତ ଦରମା ମିଳିବ। ପୂର୍ବ ନିୟମାନୁସାରେ ଠିକା କର୍ମଚାରୀ ୬ ବର୍ଷ ପରେ ନିୟମିତ ହେବେ। ପ୍ରଥମ ବର୍ଷରୁ ୫୦ ପ୍ରତିଶତରୁ ଦେବାକୁ ହେଲେ ବାର୍ଷିକ ୨୫୦ କୋଟି ଖର୍ଚ୍ଚ ହେବ। ନିୟମିତ କର୍ମଚାରୀଙ୍କ ଭଳି ଠିକା କର୍ମଚାରୀ ମେଡିକାଲ ଖର୍ଚ୍ଚ ପାଇବେ ବୋଲି ମନ୍ତ୍ରୀ କହିଛନ୍ତି।