ଫାଇନ୍ ଆଦାୟ ସମସ୍ୟା, ହେଲପ୍ ଲାଇନ୍ ନମ୍ବର ଜାରୀ କଲେ ରାଜ୍ୟ ସରକାର

ଭୁବନେଶ୍ୱର,ଏନ୍ଏନ୍ଏସ୍: ମୋଟରଯାନ ଆଇନରେ ସହାୟତା ପାଇଁ ରାଜ୍ୟ ସରକାର ହେଲ୍ପ ଲାଇନ୍ ନମ୍ବର ଜାରି କରିଛନ୍ତି । ରାଜ୍ୟ ପରିବହନ ବିଭାଗ ପକ୍ଷରୁ ଟୋଲ ଫ୍ରି ନମ୍ବର ୧୮୦୦-୩୪୫-୧୦୭୩ ଜାରି କରାଯାଇଛି ।

ଫାଇନ୍ ଆଦାୟ ବେଳେ ସମସ୍ୟା ଦେଖାଦେଲେ ଲୋକେ ଏହି ନମ୍ବରରେ କଲ୍ କରିପାରିବେ । ସକାଳ ୮ଟାରୁ ରାତି ୧୦ଟା ଯାଏଁ ଏହି ସହାୟତା କେନ୍ଦ୍ର ଖୋଲାରହିବ ।

ସେହିପରି ସବୁ ଆରଟିଓରେ ହେଲ୍ପ ଡେସ୍କ ଖୋଲିବ । ଲୋକଙ୍କୁ ସହାୟତା ଯୋଗାଇବା ପାଇଁ ଏହି ହେଲ୍ପ ଡେସ୍କ ଖୋଲାଯିବ । ଏହାସହ ଫିଟନେସ୍ ସାର୍ଟିଫିକେଟ୍ ଓ ରିନ୍ୟୁଆଲ ପାଇଁ ଅଧିକ ବ୍ୟବସ୍ଥା କରିବାକୁ କୁହାଯାଇଛି ।

ଡ୍ରାଇଭିଂ ଲାଇସେନ୍ସ ପାଇଁ ଅଧିକ ସ୍ଲଟ୍ ଖୋଲିବାକୁ ପରିବହନ ବିଭାଗ ସଚିବ ଜି. ଶ୍ରୀନିବାସନ୍ ସମସ୍ତ ଆରଟିଓମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ।