ଗୁଗଲରେ ସପୋର୍ଟ କରିବ ଓଡ଼ିଆ

ନୂଆଦିଲ୍ଲୀ: ଖୁବ୍ ଶୀଘ୍ର ଓଡିଆ ଭାଷା ଗୁଗଲରେ ସପୋର୍ଟ କରିବ ବୋଲି ଗୁରୁବାର ଗୁଗଲ ଘୋଷଣା କରିଛି। google.com ଗୁଗଲ.କମ୍ ଲଗ୍ ଇନ୍ କଲେ ନ୍ୟୁଜ୍ ଫିଡ୍ ରେ ଓଡିଆ ଅପ୍ସନ ପାଇପାରିବେ ଓ ସେଥିରେ ଓଡିଆ ଟାଇପିଂ କରି ଯେକୌଣସି ସୂଚନା ପାଇପାରିବେ। ଗୁରୁବାର ଗୁଗଲ ଅନେକ ନୂଆ ଫିଚର୍ ଘୋଷଣା କରିଛି। ସିକ୍ୟୁରିଟି ଚୋକନ କାର୍ଡ ଥିବା ଗୁଗଲ ପେ, ୯ଟି ବିଭିନ୍ନ ଆଞ୍ଚଳିକ ଭାଷାର ଉପଲବ୍ଧ ହୋଇଛି। ସେହିପରି ଖୁବ୍ ଶୀଘ୍ର ଗୁଗଲରେ ଓଡିଆ, ପଞ୍ଜାବୀ ଓ ଉର୍ଦ୍ଦୁ ଭାଷା ମଧ୍ୟ ଉପଲବ୍ଧ ହେବାକୁ ଯାଉଛି। ବିଶ୍ୱବ୍ୟାପୀ ଗୁଗଲ ଭଏସ୍ ଆସିଷ୍ଟନ୍ସରେ ହିନ୍ଦୀ ୨ୟ ସର୍ବାଧିକ ଭାଷା ଭାବେ ବ୍ୟବହାର ହୋଇଛି।