ଗୁଗଲ୍ ବେଙ୍ଗାଲୁରୁରେ ସ୍ଥାପନ କରିବ ଏଆଇ ରିସର୍ଚ୍ଚ ଲାବ୍

ବେଙ୍ଗାଲୁରୁ: ଗୁଗଲ୍ ରିସର୍ଚ୍ଚ ଇଣ୍ଡିଆ ଆଡଭାନ୍ସିଂ ଫଣ୍ଡାମେଣ୍ଟାଲ କମ୍ପ୍ୟୁଟର ରିସର୍ଚ୍ଚ ଉପରେ ଅଧିକ ଧ୍ୟାନ ଦେଇ କହିଛନ୍ତି ଯେ ଏହା ବେଙ୍ଗାଲୁରୁ ଠାରେ ଏକ ଆଟିଫିସିଆଲ ଇଣ୍ଟେଲିଜେନ୍ସି ରିସର୍ଚ୍ଚ ୟୁନିଟ୍ ସ୍ଥାପନ କରିବ ଯେଉଁଠାରେ କି ବିଭିନ୍ନ ଉତ୍ପାଦର ଉନ୍ନତିକରଣ କରି ବିଶ୍ୱ ବଜାରକୁ ଛାଡିବ। ଏହି ଟିମ୍ ର ନେତୃତ୍ୱ ନେଉଥିବା ଏଆଇ ବୈଜ୍ଞାନିକ ମନୀଷ ଗୁପ୍ତା କହିଛନ୍ତି ଯେ ତାଙ୍କ ସଂସ୍ଥା ଦେଶା ସାରା କାମ କରୁଥିବା ବୈଜ୍ଞାନିକମାନଙ୍କ ସହ ମିଶି ସ୍ୱାସ୍ଥ୍ୟସେବା, କୃଷି ଓ ଶିକ୍ଷା ଉପରେ ବିଶେଷ ଧ୍ୟାନ ଦେଇ କାମ କରିବ।