କ୍ୟାଶବ୍ୟାକ୍ ପାଇଁ ୧,୦୨୮ କୋଟି ଖର୍ଚ୍ଚ କରିଛି ଗୁଗୁଲ୍ ପେ’

ବେଙ୍ଗାଲୁରୁ, ଏଜେନ୍ସି : ଗୁଗୁଲ୍ ଇଣ୍ଡିଆ ଡିଜିଟାଲ୍ ସର୍ଭିସେସ୍ (ଜିଆଇଡିଏସ୍) ଦ୍ୱାରା ପରିଚାଳିତ ଗୁଗୁଲ୍ ପେ’ ୨୦୧୯ ମାର୍ଚ୍ଚରେ ଶେଷ ହୋଇଥିବା ଆର୍ଥିକବର୍ଷରେ ଗ୍ରାହକମାନଙ୍କୁ ଅଧିକ ଆକୃଷ୍ଟ କରିବା ପାଇଁ ମୋଟ ୧,୦୨୮ କୋଟି ଟଙ୍କା କ୍ୟାଶବ୍ୟାକ୍ ଆକାରରେ ପ୍ରଦାନ କରିବା ଲାଗି ଖର୍ଚ୍ଚ କରିଛି। ଅନଲାଇନ୍ ନ୍ୟୁଜ୍ ପ୍ଲାଟଫର୍ମ ଏଣ୍ଟ୍ରାକର ରିପୋର୍ଟରୁ ଏ ସମ୍ବନ୍ଧରେ ଜଣାପଡ଼ିଛି। ରିପୋର୍ଟ ମୁତାବକ, ଗୁଗଲ୍ ଏସିଆ ପାସିଫିକ୍ ପକ୍ଷରୁ ଜିଆଇଡିଏସକୁ ଏହି ଟଙ୍କା ଦିଆଯାଇଛି। ସେହିପରି ଗତ ଦୁଇଟି ଆର୍ଥିକବର୍ଷରେ କମ୍ପାନୀ କ୍ୟାଶବ୍ୟାକ୍ ପାଇଁ ପ୍ରାୟ ୧,୩୬୯ କୋଟି ଟଙ୍କା ଖର୍ଚ୍ଚ କରିଛି ବୋଲି ରିପୋର୍ଟ ଉଲ୍ଲେଖ କରାଯାଇଛି। ଗତମାସରେ ଗୁଗୁଲ୍ ପେ’ ପକ୍ଷରୁ କୁହାଯାଇଥିଲା ଯେ, ମାସକୁ ଏହାର ୬.୭ କୋଟି ବ୍ୟବହାରକାରୀ ସକ୍ରିୟ ରହୁଥିବାବେଳେ ବାର୍ଷିକ ମୋଟ ୧୧,୦୦୦ କୋଟି ଡଲାରର ନେଣଦେଣ କରାଯାଉଛି। ୨୦୧୯ ମାର୍ଚ୍ଚ ଶେଷ ସୁଦ୍ଧା ଜିଆଇଡିଏସ୍ ୫ କୋଟିରୁ ଊଦ୍ଧ୍ୱର୍ ଟଙ୍କାର ଲାଭ ଅର୍ଜନ କରିଛି।