ନୂଆଦିଲ୍ଲୀ,ଏଜେନ୍ସି: ସ୍ମାର୍ଟଫୋନ ଦୁନିଆରେ ଆପଲ ଓ ସାମସଙ୍ଗ କ୍ରମାଗତ ଭାବେ ହେଡଲାଇନରେ ରହି ଆସିଛି। ଏହି କମ୍ପାନି ଦ୍ଵୟକୁ କଡା ଟକ୍କର ଦେବାକୁ ବର୍ତ୍ତମାନ ଗୁଗୁଲ ଜୋରଦାର ପ୍ରୟାସ ଆରମ୍ଭ କରିଛି। ଚଳିତ ବର୍ଷ ଶେଷ ସୁଦ୍ଧା ଗୁଗୁଲ ପିକ୍ସେଲ ୬ ଓ ଗୁଗୁଲ ପିକ୍ସେଲ ୬ ପ୍ରୋ ସ୍ମାର୍ଟପୋନକୁ ଲଞ୍ଚ କରିବାକୁ ଯାଉଛି। ଏଗୁଡିକ କେବଳ ଯେ, ଏକାଧିକ କ୍ୟାମେରା ଏବଂ ଏକ ଆକର୍ଷଣୀୟ ଡିଜାଇନ ସହିତ ମିଳିବ ତାହା ନୁହେଁ ବରଂ ଏଥିରେ ଗୁଗୁଲର ନିଜସ୍ୱ ପ୍ରୋସେସର ମଧ୍ୟ ରହିବ।
ଏହି ପ୍ରୋସେସରଟିକୁ ଗୁଗୁଲ ସମ୍ପୁର୍ଣ୍ଣ ଭାବେ ଡିଜାଇନ କରିଛି। ବର୍ଷବର୍ଷ ଧରି କମ୍ପାନି ଆର୍ଟିଫେସିଆଲ ଇଣ୍ଟେଲିଜେନ୍ସ ଉପରେ ବିଶ୍ଵାସ କରିଆସିଛି। କମ୍ପାନୀ ଇତିହାସରେ ଏହା ପ୍ରଥମ ଥର ହେବ। ଯେଉଁଥିରେ ନିଜସ୍ଵ ସ୍ମାର୍ଟଫୋନରେ ନିଜେ ଡିଜାଇନ କରିଥିବା ଚିପସେଟ ରହିବ। ଗୁଗୁଲ ହାର୍ଡଓ୍ଵେରର ମୁଖ୍ୟ ରିକ୍ ଓଷ୍ଟରଲୋହ କହିଛନ୍ତି, ଏଥିରେ କୌଣସି ସନ୍ଦେହ କରିବାର ନାହିଁ କି ଯେ, ଆମେ ଏହି କ୍ଷେତ୍ରରେ ଏକ ବଡ଼ ଚ୍ୟାଲେଞ୍ଜର ସମ୍ମୁଖୀନ ହେବାକୁଯାଉଛୁ। ନିଜର ପ୍ରୋସେସର ଡିଜାଇନ କରିବା ଅଭ୍ୟାସ ନୂଆ ନୁହେଁ। ଆପଲ ଆଇଫୋନ ତାର ଚତୁର୍ଥ ସିରିଜ ପରେ ନିଜ ମୋବାଇଲ ପାଇଁ ନିଜେ ଚିପ ଡିଜାଇନ କରୁଛି।
ସାମସଙ୍ଗ୍ର ବିଦେଶରେ ବିକ୍ରି ହେଉଥିବା ଫୋନ ଏବଂ ଟାବଲେଟରେ କମ୍ପାନୀ ନିଜସ୍ୱ ପ୍ରୋସେସର ବ୍ୟବହାର କରୁଛି। ଗୁଗୁଲ ନିଜର ପାର୍ଟନର କ୍ଵାଲକମର ଚିପ୍କୁ ବ୍ୟବହାର କରିବା ପରିବର୍ତ୍ତେ ନିଜର ଚିପ୍ ଡିଜାଇନ କରୁଛି। ଓଷ୍ଟରଲୋହ କହିଛନ୍ତି, ଏହି ନୂଆ ଚିପଟି ଆର୍ଟିଫେସିଆଲ ଇଣ୍ଟେଲିଜେନ୍ସ ଉପରେ ନିର୍ଭର କରୁଥିବାରୁ ଏହାର ନୂଆ ବ୍ୟବହାରକାରିଙ୍କୁ ଅନେକ ସାହାଯ୍ୟ କରିବ ବୋଲି ସେ ଆଶା କରୁଛନ୍ତି। ସେ ଆହୁରି ମଧ୍ୟ କହିଛନ୍ତି, ସୁରକ୍ଷା ବ୍ୟବସ୍ଥା ଏହି ଚିପ ନିର୍ମାଣର ଏକ ଗୁରୁତ୍ତ୍ଵପୂର୍ଣ୍ଣ ଅଂଶ। ଏନଏସଓ ପରି ସଂଗଠନ ଗୁଡିକର ସ୍ପାଏଓ୍ଵେୟାର ବିରୋଧରେ ଏହି ଚିପଟି ଆନଡ୍ରଏଡକୁ ଅଧିକ ସରଳ ଭାବେ ପ୍ରଦର୍ଶିତ କରିବାରେ ସାହାଯ୍ୟ କରିବ କି ନାହିଁ ସେ ନେଇ ଆଗକୁ ଜଣାପଡ଼ିବ ବୋଲି ସେ କହିଛନ୍ତି। ଏହି ଫୋନ୍ରେ ଭଲ ଫଟୋ ଉଠିବା ସହିତ ଚିପ୍ ବ୍ୟକ୍ତିଙ୍କ ସ୍ଵରକୁ ଅଧିକ ଶିଘ୍ର ଏବଂ ସଠିକ୍ ଭାବରେ ଚିହ୍ନିବାରେ ସାହାଯ୍ୟ କରିବ।