ଗୁଗୁଲ୍ ହଟାଇଲା ୪୫୦ ଲୋନ୍ଆପ୍ସ

ନୂଆଦିଲ୍ଲୀ, ଏଜେନ୍ସି: ଗୁଗୁଲ୍ ପାଖାପାଖି ୪୫୦ ଆପସ ନିଜ ପ୍ଲେ ଷ୍ଟୋରରୁ ହଟାଇ ଦେଇଛି। ଏହି ସବୁ ଆପସ ଋଣ ପ୍ରଦାନକାରୀ ଆପସ ଥିଲେ। ଗୁଗୁଲ୍ ଏକ ବିବୃତି ଜାରିକରି କହିଛି ଯେ ଏହି ସମସ୍ତ ଆପସ ୟଜର୍ସ ସେଫ୍ଟି ପଲିସିର ଉଲ୍ଲଙ୍ଘନ କରୁଥିଲେ। ଅନ୍ୟ ଆପସ ଡେଭଲପରମାନଙ୍କୁ ସ୍ଥାନୀୟ ନିୟମକୁ କିପରି ପାଳନ କରୁଛନ୍ତି ସେ ବିଷୟରେ ସବିଶେଷ ତଥ୍ୟ ଦାଖଲ କରିବାକୁ କୁହାଯାଇଛି। ତଥ୍ୟ ଦାଖଲ ନକରିବା କ୍ଷେତ୍ରରେ ଏହି ସବୁ ଆପସଙ୍କୁ ନିଜର ପ୍ଲେ ଷ୍ଟୋରରୁ ହଟାଇଦେବ ବୋଲି ଗୁଗୁଲ୍ ସତର୍କ କରିଛି। ୟୁଜର୍ସଙ୍କୁ ସୁରକ୍ଷିତ ଅନୁଭବ ପ୍ରଦାନ କରିବା ଆମର ପ୍ରାଥମକତା। ଆମର ଗ୍ଲୋବାଲ୍ ପଲିସୀ ଏହାକୁ ନଜରରେ ରଖି ତିଆରି କରାଯାଏ ଓ ଏହାକୁ ଲାଗୁ କରାଯାଇଥାଏ। ଗୁଗୁଲ୍ ଆହୁରି କହିଛି ଯେ ଭାରତ ସରକାରଙ୍କ ଏଜେନ୍ସି ତଥା ବିଭିନ୍ନ ସୂତ୍ରରୁ ହାସଲ କରିଥିବା ତଥ୍ୟକୁ ନେଇ ଆମେ ଅନେକ ଆପସର ରିଭ୍ୟୁ କରିଛୁ। ୟୁଜର୍ସ ସେଫ୍ଟି ନିୟମର ଉଲ୍ଲଙ୍ଘନ କରୁଥିବା ଆପସଙ୍କୁ ତୁରନ୍ତ ପ୍ଲେ ଷ୍ଟୋରରୁ ହଟାଇ ଦେଇଛୁ।