ଲାଇନଚ୍ୟୁତ ହେଲା ମାଲବାହୀ ଟ୍ରେନ

କଟକ,ଏନ୍ଏନ୍ଏସ୍: ଶିଖରପୁର ଲେବଲ୍ କ୍ରସିଂ ନିକଟରେ ଆଜି ଏକ ମାଲବାହୀ ଟ୍ରେନ ଲାଇନଚ୍ୟୁତ ହୋଇଥିବା ଜଣାପଡ଼ିଛି। ଏହି ଟ୍ରେନଟି ଭଦ୍ରକରୁ ଖୋର୍ଦ୍ଧା ଯାଉଥିଲା। ତେବେ ଟ୍ରେନଟିର ଗୋଟିଏ ବଗି ଲାଇନଚ୍ୟୁତ ହୋଇଥିବା ଜଣାପଡ଼ିଛି।

ଖବରପାଇ ଘଟଣାସ୍ଥଳରେ ଆରପିଏଫ୍ ଓ ଟେକ୍ନିକାଲ ଟିମ ପହଞ୍ଚି ଘଟଣାର ଯାଞ୍ଚ କରୁଛି। ଅନ୍ୟପଟେ ଏହି ଟ୍ରେନ ଯୋଗୁଁ ଅନ୍ୟ ଯାତ୍ରୀବାହୀ ଟ୍ରେନର ଯିବା ଆସିବାରେ କୌଣସି ଅସୁବିଧା ହେବ ନାହିଁ ବୋଲି ରେଳ କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି।