ସାମାଜିକ ଓ ସାଂସ୍କୃତିକ ନେତୃତ୍ୱ ପାଇଁ ଶାଲ୍ଲୁ ଜିନ୍ଦଲଙ୍କୁ ଗୋଲ୍ଡେନ ପିକକ୍ ସମ୍ମାନ – ୨୦୧୯

ଲଣ୍ଡନ / ଭୁବନେଶ୍ୱର,ଏନ୍ଏନ୍ଏସ୍ :ସମାଜିକ ବିକାଶ ଏବଂ ସାଂସ୍କୃତିକ କ୍ଷେତ୍ରରେ ଗୁରୁତ୍ୱପୂର୍ଣ୍ଣ ଅବଦାନ ନିମନ୍ତେ ଜେଏସପିଏଲ ଫାଉଣ୍ଡେସନର ଅଧ୍ୟକ୍ଷା ଶ୍ରୀମତି ଶାଲ୍ଲୁ ଜିନ୍ଦଲଙ୍କୁ ଗୋଲ୍ଡେନ ପିକକ୍ ସାମାଜିକ ଓ ସାଂସ୍କୃତିକ ନେତୃତ୍ୱ ସମ୍ମାନରେ ସମ୍ମାନୀତ କରାଯାଇଛି। ଇନଷ୍ଟିଚୁଟ ଅଫ ଡାଇରେକ୍ଟର୍ସ ଦ୍ୱାରା ୧୪ ନଭେମ୍ବର ୨୦୧୯ ଦିନ ଲଣ୍ଡନ ଠାରେ ଆୟୋଜିତ ଲଣ୍ଡନ ଗ୍ଲୋବାଲ କନଭେସନ ଅନ କର୍ପୋରେଟ ଗଭର୍ନାସ ଓ ସଷ୍ଟନେବିଲିଟି କାର୍ୟକ୍ରମରେ ଶ୍ରୀମତି ଜିନ୍ଦଲ ବ୍ରିଟିଶ ବ୍ରଡ଼କାଷ୍ଟିଙ୍ଗ କର୍ପୋରେସନ (ବିବିସି)ର ଅଧ୍ୟକ୍ଷ ସାର ଡେଭିଡ କ୍ଳେମେଣ୍ଟିଙ୍କ ଠାରୁ ଏହି ସମ୍ମାନଜନକ ପୁରସ୍କାର ଗ୍ରହଣ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ଏସିସିଏର ମୁଖ୍ୟ ନିର୍ବାହୀ ହେଲେନ ବ୍ରାଣ୍ଡ, ସଂଯୁକ୍ତ ରାଜ୍ୟ (ୟୁକେ)ର ପୂର୍ବତନ ମନ୍ତ୍ରୀ ଦ ବାରୋନେସ ବର୍ମା ଏବଂ ଇନଷ୍ଟିଚୁଟ ଅଫ ଡାଇରେକ୍ଟର୍ସର ସଭାପତି ଲେଫ୍ଟନେଣ୍ଟ ଜେନେରାଲ ଜେ .ଏସ . ଆହଲୁୱାଲିଆ , ପିଭିଏସଏମ (ଅବସରପ୍ରାପ୍ତ) ଉପସ୍ଥିତ ଥିଲେ ।

ଭାରତର ପୂର୍ବତନ ପ୍ରଧାନ ବିଚାରପତି ଶ୍ରୀ ଏମ ଏମ ଭେଙ୍କଟଚଲିଆ ଙ୍କ ନେତୃତ୍ବ ରେ ଗଠିତ ଏକ ଜୂରିମଣ୍ଡଳର ସର୍ବସମ୍ମତ ଅନୁମୋଦନକ୍ରମେ ଶ୍ରୀମତି ଜିନ୍ଦଲଙ୍କୁ ଏହି ମର୍ୟ୍ୟାଦାସଂପନ୍ନ ପ୍ରଦାନ ପୁରସ୍କାର ପ୍ରଦାନ କରାଯାଇଥିଲା । ଏହି ଅବସରରେ ଜିନ୍ଦଲ ଷ୍ଟିଲ ଏଣ୍ଡ ପାୱାର ଲି (ଜେଏସପିଏଲ) ପକ୍ଷରୁ ଶ୍ରୀମତି ଜିନ୍ଦଲ ଗୋଲ୍ଡେନ ପିକକ୍ ସ୍ପେସାଲ କମେଣ୍ଡେସନ ଫର ସଷ୍ଟନେବିଲିଟି ୨୦୧୯ ଗ୍ରହଣ କରିଥିଲେ। ଏହି ପୁରସ୍କାର ଗ୍ରହଣ କରି ଶ୍ରୀମତି ଜିନ୍ଦଲ କହିଲେ ଯେ, ମୋର ସମାଜିକ ଓ ସାଂସ୍କୃତିକ କାର୍ୟ୍ୟ ପାଇଁ ଏହି ପୁରସ୍କାର ପ୍ରଦାନ କରାଯାଇଥିବାରୁ ମୁଁ କୃତଜ୍ଞ । ସମାଜର ଅବହେଳିତ ତଥା ଅନୁନ୍ନତ କ୍ଷେତ୍ରର ବିକାଶ ନିମନ୍ତେ ମୋର ଆଗ୍ରହ ଯୋଗୁଁ ମୋର ବ୍ୟକ୍ତିଗତ ପ୍ରଚେଷ୍ଠା ଏବଂ ଜେଏସପିଏଲ ଫାଉଣ୍ଡେସନ ମାଧ୍ୟ୍ୟମରେ ମୁଁ ସବୁବେଳେ ଚେଷ୍ଠା କରିଆସିଛି । ଗୋଲ୍ଡେନ ପିକକ୍ ସ୍ପେସାଲ କମେଣ୍ଡେସନ ଫର ସଷ୍ଟନେବିଲିଟି ୨୦୧୯ ନିମନ୍ତେ ଶ୍ରୀମତି ଜିନ୍ଦଲ ଜେଏସପିଏଲକୁ ଅଭିନନ୍ଦନ ଜଣାଇଥିଲେ।

ଶ୍ରୀମତି ଜିନ୍ଦଲଙ୍କ ନେତୃତ୍ୱରେ ଜେଏସପିଏଲ ଫାଉଣ୍ଡେସନ ଓଡ଼ିଶା, ଛତିଶଗଡ଼ ଏବଂ ଝାରଖଣ୍ଡର ବିଭିନ୍ନ ଅଞ୍ଚଳରେ ମହିଳା ଓ ଶିଶୁ ବିକାଶ, ସ୍ଵାସ୍ଥ୍ୟ , ଜୀବିକା, ଶିକ୍ଷା, ଖେଳ, କୌଶଳ ବିକାଶ ଏବଂ ଅନ୍ୟାନ୍ୟ କ୍ଷେତ୍ରରେ ବହୁମୁଖୀ କାର୍ୟ୍ୟକ୍ରମ କାର୍ୟ୍ୟକାରୀ କରିଆସୁଛି । ଏହି କାର୍ୟ୍ୟକ୍ରମ ମାଧ୍ୟମରେ ପ୍ରାୟ ୧୯ ଲକ୍ଷରୁ ଅଧିକ ପରିବାର ଉପକୃତ ହୋଇପାରିଛନ୍ତି । ଏହାବ୍ୟତୀତ ଭାରତର ଶାସ୍ତ୍ରୀୟ ନୃତ୍ୟକୁ ବିଶ୍ୱର ବିଭିନ୍ନ ଅଞ୍ଚଳରେ ପ୍ରସାର କରିବା ଦିଗରେ ସେ କାର୍ୟ୍ୟ କରିଆସୁଛନ୍ତି । ନୂଆଦିଲ୍ଲୀଠାରେ ଜିନ୍ଦଲ ଆର୍ଟ ଇନଷ୍ଟିଚୁଟ ମଧ୍ୟ ସେ ପ୍ରତିଷ୍ଠା କରିଛନ୍ତି । ପଦ୍ମଭୂଷଣ ଗୁରୁ ରାଜା ରାଧା ଓ କୌଶଲ୍ୟା ରେଡ୍ଡୀଙ୍କ ଶିଷ୍ୟା ଶ୍ରୀମତି ଜିନ୍ଦଲ ମଧ୍ୟ ଜଣେ ଦକ୍ଷ କୁଚିପୁଡି ନୃତ୍ୟାଙ୍ଗନା ଭାବରେ ପରିଚିତ । ଶାସ୍ତ୍ରୀୟ ନୃତ୍ୟ କୁଚିପୁଡିରେ କୃତିତ୍ୱ ପାଇଁ ସେ ବହୁ ସମ୍ମାନରେ ସମ୍ମାନିତ ହୋଇଛନ୍ତି । ଏହା ବ୍ୟତୀତ ଶ୍ରୀମତି ଜିନ୍ଦଲ ଫ୍ଲାଗ ଫାଉଣ୍ଡେସନ ଅଫ ଇଣ୍ଡିଆର ଉପସଭାପତି ମଧ୍ୟ ଅଛନ୍ତି । ‘ଇଣ୍ଡିଆ – ଆନ ଆଲ୍ଫାବେଟ ରାଇଡ’ ନାମରେ ଏକ ବହି ଲେଖିବା ସହିତ ‘ତିରଙ୍ଗା’ ଓ ‘ଫ୍ରିଡମ’ ନାମରେ ଦୁଇଟି ବହି ସଂକଳନ କରିଛନ୍ତି । ଶ୍ରୀମତି ଜିନ୍ଦଲ ନେସନାଲ ବାଲ ଭବନର ପୁର୍ବତନ ଅଧ୍ୟକ୍ଷା ଏବଂ ଫିକି ଲେଡ଼ିଜ ଅର୍ଗାନାଇଜେସନର ପ୍ରତିଷ୍ଠାତା ସଭାପତି ମଧ୍ୟ ଥିଲେ ।

ନିକଟରେ ଶ୍ରୀମତି ଜିନ୍ଦଲଙ୍କୁ ସିଏସଆର ଲିଡରସିପ ପାଇଁ ମହାତ୍ମା ପୁରସ୍କାର ଓ ସିଙ୍ଗାପୁର ଠାରେ ସିଏମଓ ଏସିଆ ଦ୍ୱାରା ସିଏସଆର ବେଷ୍ଟ ପ୍ରାକ୍ଟିସ ପୁରସ୍କାର ପ୍ରଦାନ କରାଯାଇଥିଲା। ଗୋଲ୍ଡେନ ପିକକ୍ ସମ୍ମାନ ପ୍ରଦାନ ବେଳେ ଅନ୍ୟମାନଙ୍କ ମଧ୍ୟରେ ୱାର୍ଲଡ଼ ଗାଲଡ଼ କାଉନ୍ସିଲର ବରିଷ୍ଠ ଉପଦେଷ୍ଟା ଶ୍ରୀ ଏଡ଼ୱାର୍ଡ଼ ବିକହାମ, ହିନ୍ଦୁଜା ଗ୍ରୁପ (ୟୁକେ)ର ସହ ଅଧ୍ୟକ୍ଷ ଗୋପିଚାନ୍ଦ ପି ହିନ୍ଦୁଜା ଉପସ୍ଥିତ ଥିଲେ।