୫୦ ହଜାର ଛୁଇଁଲା ସୁନାଦର

ନୂଆଦିଲ୍ଲୀ: ଭାରତୀୟ ବଜାରରେ ସୁନା, ଚାନ୍ଦି ଦର ଆଜି ସବୁ ରେକର୍ଡ ଭାଙ୍ଗି ଦେଇଛି। ପ୍ରଥମଥର ପାଇଁ ସୁନା ମୂଲ୍ୟ ୧୦ ଗ୍ରାମ ପ୍ରତି ୫୦ ହଜାର ଟଙ୍କା ହୋଇଥିବାବେଳେ ଚାନ୍ଦି କିଲୋ ପ୍ରତି ୬୧ ହଜାର ଟଙ୍କା ହୋଇଛି। ଅନ୍ତର୍ରାଷ୍ଟ୍ରୀୟ ବଜାରରେ ସୁନା, ଚାନ୍ଦିର ମୂଲ୍ୟ ବଢ଼ିବା ସହ ବିଦେଶରୁ ଆମଦାନୀ ହ୍ରାସ ପାଇବା ଯୋଗୁ ଭାରତୀୟ ବଜାରରେ ଏହାର ମୂଲ୍ୟ ବୃଦ୍ଧି ହୋଇଛି। ବିଶେଷଜ୍ଞଙ୍କ କହିବାନୁସାରେ, କରୋନାର ବର୍ଦ୍ଧିତ ମାମଲା ମଧ୍ୟରେ ସୁନା ଓ ଚାନ୍ଦିରେ ପ୍ରଚୁର ପରିମାଣରେ ନିବେଶ କରାଯାଉଛି।

ସୂଚନାଯୋଗ୍ୟ, ଚଳିତ ବର୍ଷ ଆରମ୍ଭରେ ୧୦ ଗ୍ରାମ ପ୍ରତି ସୁନାର ମୂଲ୍ୟ ୩୯ ହଜାର ଥିଲା ଯାହାକି ଏବେ ୪୯,୯୯୬ରେ ପହଞ୍ଚିଛି। ବର୍ଷକ ମଧ୍ୟରେ ସୁନା ଦାମ ପାଖାପାଖି ୨୫ ପ୍ରତିଶତ ବଢ଼ିଛି। ସେହିପରି ଚାନ୍ଦିର ମୂଲ୍ୟ ଜାନୁଆରୀ ୧ରେ କିଲୋ ପ୍ରତି ୪୭, ୬୬୬ ଟଙ୍କା ଥିଲା ଯାହାକି ଏବେ ୫୯, ୬୩୫କୁ ବୃଦ୍ଧି ପାଇଛି