ପାଟଣାଗଡ଼ ବାବାଜୀପଡ଼ାରେ ଡକାୟତି, ଲକ୍ଷାଧିକ ଟଙ୍କାର ସୁନା ଗହଣା ଚୋରୀ

ପାଟଣାଗଡ଼,ଏନ୍ଏନ୍ଏସ୍: ପାଟଣାଗଡ଼ ସହର ବାବାଜୀପଡ଼ାରେ ଥିବା ରାତକେଶ୍ୱର ସାହୁଙ୍କ ଘରେ ଡକାୟତି ହୋଇଥିବା ନେଇ ପାଟଣାଗଡ଼ ଥାନାରେ ଅଭିଯୋଗ ହୋଇଛି। ମିଳିଥିବା ରିପୋର୍ଟ ମୁତାବକ, ଶ୍ରୀ ସାହୁ ଗତ ମାସ ୨ ତାରିଖରୁ ରାୟପୁରରେ ରହୁଥିବା ପୁଅ ଘରକୁ ଯାଇଥିଲେ। ଆଉ ଏହାର ସୁଯୋଗ ନେଇ ଡକାୟତମାନେ ଘରର ତାଲା ଭାଙ୍ଗି ୮ଭରି ସୁନା ଓ ୩୦ ଭରି ରୂପା ସହ ଘରର ସମସ୍ତ ଆସବାବପତ୍ର, ଗୋଟିଏ କମ୍ପ୍ୟୁଟର ଓ ୨ଟି ଗ୍ୟାସ ସିଲିଣ୍ଡର ଚୋରୀ କରି ନେଇଥିବା ଜଣାଯାଇଛି। ଆଜି ଶ୍ରୀ ସାହୁ ରାୟପୁରରୁ ଫେରିବା ପରେ ଘରର ତାଲା ଭାଙ୍ଗି ଚୋରୀ ହୋଇଥିବା ଦେଖିବା ପରେ ପାଟଣାଗଡ଼ ଥାନାରେ ଅଭିଯୋଗ କରିଥିଲେ। ଖବର ପାଇ ସାଇଣ୍ଟିଫିକ ଟିମ୍ ସହ ପୁଲିସ ଆସି ଅଧିକ ତଦନ୍ତ ଆରମ୍ଭ କରିଥିବା ଜଣାପଡ଼ିଛି।।