ମହିଳାଙ୍କ ବେକରୁ ସୁନା ଚେନ୍ ଲୁଟ

ବାରିପଦା, ଏନ୍ଏନ୍ଏସ୍: ବାରିପଦା ସହର କ୍ରମଶଃ ଅଶାନ୍ତ ହେବାରେ ଲାଗିଛି। ସହରରେ ଚୋରି , ଡ଼କାୟତି, ରାହାଜାନୀ ଆଦି ନିତିଦିନିଆ ଘଟଣାରେ ପରିଣତ ହୋଇଗଲାଣି। ଆଜି ଜଣେ ମହିଳା ପ୍ରାତଃ ଭ୍ରମଣ ଶେଷ କରି ଘରକୁ ଫେରୁଥିବାବେଳେ ୨ ଜଣ ଦୁର୍ବୃତ୍ତ ଏକ ବାଇକରେ ଆସି ତାଙ୍କ ବେକରୁ ୨୬ ଗ୍ରାମ ଓଜନର ସୁନା ହାର ଟିଣି ନେଇ ପଳାଇ ଯାଇଥିବା ବାରିପଦା ଟାଉନ ଥାନାରେ ଅଭିଯୋଗ ହୋଇଛି। ସୂଚନା ଅନୁସାରେ, ବାରିପଦା ସହରର ସୁନାମୁହିଁ ଅଞ୍ଚଳର ରାନୁ ଲତା ବାରିକ ପ୍ରତିଦିନ ଭଳି ଆଜି ପ୍ରାତଃ ସମୟରେ ଷ୍ଟେସନ ବଜାର ରାସ୍ତାରେ ମର୍ଣ୍ଣିଂ ୱାକ ଶେଷ କରି ତିନି କୋଣିଆ ପୋଖରୀ ରାସ୍ତାରେ ଘରକୁ ଫେରୁଥିବାବେଳେ ତିନିକୋଣିଆ ବନ୍ଧ ନିକଟରେ ୨ ଜଣ ଯୁବକ ଏକ ବାଇକରେ ଆସି ତାଙ୍କ ବେକରୁ ସୁନା ହାର ଛିଣ୍ଡାଇ ଆଖି ପିଛୁଳାକେ ପଳାଇ ଯାଇଥିଲେ। ଏନେଇ ରୁନୁଲତା ଥାନାରେ ଅଭିଯୋଗ କରିବା ପରେ ଏକ ମାମଲା ରୁଜୁ ହୋଇଛି।