ଭୁବନେଶ୍ୱର ବିମାନବନ୍ଦରରୁ ପୁଣି ସୁନା ଜବତ

ଭୁବନେଶ୍ୱର, ଏନ୍ଏନ୍ଏସ୍ : ଭୁବନେଶ୍ୱର ବିମାନବନ୍ଦରରୁ ପୁଣି ଧରାପଡ଼ିଲା ସୁନା। ସୁନାର ମୂଲ୍ୟ ୫୨ଲକ୍ଷ ଟଙ୍କା ହେବ ବୋଲି ସୂଚନା ମିଳିଛି। ସୁନାକୁ ଜବତ କଲା ଏୟାର କଷ୍ଟମ ବିଭାଗ। କ୍ୱାଲାଲୁମ୍ପୁରରୁ ଆସିଥିବା ଜଣେ ଯାତ୍ରୀଙ୍କ ଠାରୁ ମିଳିଲା ସୁନା। କେରଳ କୋଝିକୋଡ଼ର ଉକ୍ତ ବ୍ୟକ୍ତି କ୍ୱାଲାଲୁମ୍ପୁରରୁ ଆସିଥିଲେ। ଜବତ ସୁନାର ଓଜନ ପ୍ରାୟ ୧କେଜି ୩ଶହ ୧୦ଗ୍ରାମ ହୋଇଥିବା ସୂଚନା ମିଳିଛି।