୧୫ ଫୁଟ ତଳୁ ଛେଳି ଛୁଆକୁ ଜୀବିତ ଉଦ୍ଧାର କଲେ ଅଗ୍ନିଶମ ବାହିନୀ

ପାଟଣା,ଏନ୍ଏନ୍ଏସ୍: କେନ୍ଦୁଝର ଜିଲ୍ଲା ସାହରପଡ଼ା ବ୍ଲକ ଭଗାବନ୍ଧ ଗ୍ରାମର ଏକ ପରିତ୍ୟକ୍ତ ବୋରୱେଲର ୧୫ଫୁଟ ତଳେ ଫସି ରହିଥିବା ଏକ ଛେଳିଛୁଆକୁ ଅଗ୍ନିଶମ ବାହିନୀ ଜୀବିତ ଉଦ୍ଧାର କରିଛନ୍ତି। ସୂଚନା ଅନୁସାରେ ସାହାରପଡା ବ୍ଲକ୍ ଭଗାବନ୍ଧ ଗାଁର ଦିଲ୍ଲୀପ ସେଠୀ ଗାଁ ପଡିଆରେ ଏକ ବୋରୱେଲ୍ ଖୋଳାଇଥିଲେ।

ଗତକାଲି ଗାଁର ସୁଦର୍ଶନ ମୁଣ୍ଡାଙ୍କର ଗୋଟିଏ ଛେଳି ଛୁଆ ଏହି ବୋରୱେଲ ଭିତରେ ଗଳି ପଡିଥିଲା। ଖବରପାଇ ଆହାରପଡା ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚିଥିଲେ। ତେବେ ବୋରୱେଲ କଡରେ ଜେସିବି ମେସିନ ସାହାଯ୍ୟରେ ଏକ ଗାତ ଖୋଲି ଛେଳି ଛୁଆକୁ ଅକ୍ଷତ ଭାବେ ଉଦ୍ଧାର କରାଯାଇଛି। ଦୀର୍ଘ ସମୟ ଧରି ପରିଶ୍ରମ ପରେ ଅଗ୍ନିଶମ ବାହିନୀକୁ ସଫଳତା ମିଳିଛି। ଏନେଇ ଆହାରପଡା ଅଗ୍ନିଶମ କର୍ମଚାରୀଙ୍କୁ ସ୍ଥାନୀୟ ଲୋକେ ଧନ୍ୟବାଦ ଜଣାଇଛନ୍ତି।