ସାମ୍ବାଦିକଙ୍କ ପାଇଁ ଲକ୍ଷ୍ମଣ ରେଖା

ଭୁବନେଶ୍ୱର : ଲକ ଡାଉନ ପାଇଁ ଓଡ଼ିଶା ବାହାରେ ବହୁ ଶ୍ରମିକ ଫସି ରହିଛନ୍ତି। ସେମାନଙ୍କୁ ଫେରାଇ ଆଣିବା ପାଇଁ ସରକାର ବହୁ ପଦକ୍ଷେପ ନେଇଛନ୍ତି। ଏହାସହ ୩ଦିନ ହବ ବାହାର ରାଜ୍ୟରୁ ଶ୍ରମିକମାନେ ଫେରୁଛନ୍ତି। ତେଣୁ ସେମାନଙ୍କ ଠାରୁ ଖବର ସଂଗ୍ରହ କରିବା ପାଇଁ ସାମ୍ବାଦିକମାନେ ଉତ୍ସକ ରହିବା ସ୍ୱାଭାବିକ। କିନ୍ତୁ ଅନ୍ୟପଟେ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସାମ୍ବାଦିକମାନଙ୍କ ପାଇଁ ଗାଇଡ଼ ଲାଇନ ଜାରି କରିଛନ୍ତିି। ପ୍ରବାସୀ ଓଡ଼ିଆଙ୍କ ଫେରିବା ଜାଗା , ରେଳ ଷ୍ଟେସନ / ବସ ଷ୍ଟାଣ୍ଡ କିମ୍ବା ଆଇସୋଲେସନ ଓ କ୍ୱାରେଣ୍ଟାଇନ୍ ସେଣ୍ଟରକୁ ମିଡ଼ିଆ ଭାଈମାନେ ନ ଯିବା ପାଇଁ ଓଡ଼ିଶା ସରକାର ନିଦ୍ଦେଁ ଦେଇଛନ୍ତି।