ଆସିଲା ଗୋ-ଏୟାର ମେଗା ଟ୍ରାଭେଲ ଅଫର

ଭୁବନେଶ୍ୱର,ଏନ୍ଏନ୍ଏସ୍: ଭାରତର ବିମାନ କମ୍ପାନୀ ଗୋ-ଏୟାର ୨୦୨୦ ଦଶନ୍ଧିକୁ ସେଲିବ୍ରେସନ କରିବାକୁ ଏବେ ପ୍ଲାନ ତିଆରି କରିଛି। ଏହା ଅନ୍ତର୍ଗତ ୨୦୨୦ ଜାନୁଆରୀ ୧୪ରୁ ଜୁଲାଇ ୩୧ ମଧ୍ୟରେ ଗୋଏୟାରର ନେଟୱର୍କ ଜରିଆରେ ଦେଶ ମଧ୍ୟରେ ଥିବା ୨୪ଟି ସ୍ଥାନକୁ ଯାତ୍ରା କରିପାରିବେ। ଏହି ଅବଧିରେ ଯାତ୍ରା କରିବା ଲାଗି ଯାତ୍ରୀମାନେ ସେପ୍ଟେମ୍ବର ୩ରୁ ୮ ତାରିଖ ମଧ୍ୟରେ ମାତ୍ର ୧୪୨୦ ଟଙ୍କାରୁ ଟିକେଟ୍ ବୁକ୍ କରିପାରିବେ।

ଗ୍ରାହକମାନଙ୍କ ପାଇଁ ସୁଲଭ ମୂଲ୍ୟରେ ବିମାନ ଯାତ୍ରା ଉପଲବ୍ଧ କରାଇବା ଉଦ୍ଦେଶ୍ୟରେ ଏହି ପଦକ୍ଷେପ ନିଆଯାଇଛି। ୨୦୨୦କୁ ପାଳନ କରିବା ନିମନ୍ତେ ଗୋଏୟାର ବିଭିନ୍ନ କ୍ଷେତ୍ର ପାଇଁ ଭଡ଼ାର ଶୁଭାରମ୍ଭ କରିଛି, ଯେଉଁଥିରେ ଶେଷ ଦୁଇଅଙ୍କ ୨୦ ରହିବ।

ଏହି ନୂତନ ଅଫର୍ ଅନ୍ତର୍ଗତ ଭୁବନେଶ୍ୱରରୁ କୋଲକାତା ପର୍ଯ୍ୟନ୍ତ ଗ୍ରାହକମାନେ ମାତ୍ର ୧,୪୨୦ ଟଙ୍କା ଏବଂ ଭୁବନେଶ୍ୱରରୁ ମୁମ୍ବାଇ ପର୍ଯ୍ୟନ୍ତ ୩,୬୨୦ ଟଙ୍କାରେ ଯାତ୍ରା କରିପାରିବେ। ଗୋଏୟାର ବର୍ତ୍ତମାନ ୩୦୦ଟି ନିୟମିତ ବିମାନ ସହିତ ୨୪ଟି ଘରୋଇ ସ୍ଥାନକୁ ଉଡ଼ାଣ କରୁଛି।