ଚଳଚ୍ଚିତ୍ର ଓ ଟିଭି ସିରିଏଲ୍ ସୁଟିଂ ବାତିଲ୍ କଲେ ଏହି ରାଜ୍ୟର ସରକାର

ପାଣାଜୀ, ଏଜେନ୍ସି: କୋଭିଡ୍ ସଂକ୍ରମଣ ବୃଦ୍ଧି ପାଇବାରୁ ଗୋଆର ମନୋରଞ୍ଜନ ସମିତି (ଇଏସଜି) ପକ୍ଷରୁ ଚଳଚ୍ଚିତ୍ର ଓ ଟିଭି ସିରିଏଲ୍ ସୁଟିଂ ପାଇଁ ପୂର୍ବରୁ ଦିଆଯାଇଥିବା ଅନୁମତିକୁ ଗୁରୁବାର ବାତିଲ୍ କରିଛନ୍ତି। ଉଲ୍ଲେଖଯୋଗ୍ୟ, ଇଏସ୍ଜି ଗୋଆ ସରକାରଙ୍କ ନୋଡାଲ ଏଜେନ୍ସି ଭାବେ ଏହାର ପ୍ରସିଦ୍ଧ ବେଳାଭୂମିରେ ଚଳଚ୍ଚିତ୍ର ସୁଟିଂ ପାଇଁ ଅନୁମତି ପ୍ରଦାନ କରିଥାଏ। ଏବେ ନିକଟରେ ମୁମ୍ବାଇ ଓ ଚେନ୍ନାଇର ବହୁ ଚଳଚ୍ଚିତ୍ର ନିର୍ମାତା ସୁଟିଂ ପାଇଁ ଗୋଆରେ ଡେରା ପକାଇଥିଲେ। କିନ୍ତୁ ସେମାନଙ୍କୁ ଅନୁମତି ନମିଳିବାରୁ ସେମାନେ ଏବେ ଏଥିରୁ ନିବୃତ୍ତ ରହିଛନ୍ତି। କୋଭିଡ୍ ପରିସ୍ଥିତିରେ ଉନ୍ନତି ଘଟିଲାପରେ ଇଏସ୍ଜି ପକ୍ଷରୁ ଏହି ନିଷ୍ପତ୍ତିର ପୁନର୍ବିଚାର କରାଯିବ ବୋଲି ସରକାରୀ ସୂତ୍ରରୁ ପ୍ରକାଶ।