ଗୋଆ ମୁଖ୍ୟମନ୍ତ୍ରୀ ପ୍ରମୋଦ ସାୱନ୍ତଙ୍କୁ କରୋନା ଦେଶ- ବିଦେଶ By Nitidin On Sep 2, 2020 Share ନୂଆଦିଲ୍ଲୀ: ଗୋଆ ମୁଖ୍ୟମନ୍ତ୍ରୀ ପ୍ରମୋଦ ସାୱନ୍ତ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ଏସମ୍ପର୍କରେ ସେ ନିଜେ ଟ୍ୱିଟ କରି ସୂଚନା ପ୍ରଦାନ କରିଛନ୍ତି। ମୁଖ୍ୟମନ୍ତ୍ରୀ ପ୍ରମୋଦ ସାୱନ୍ତଙ୍କଠାରେ ବର୍ତ୍ତମାନ କୌଣସି ଲକ୍ଷଣ ନଥିବାରୁ ସେ ହୋମ ଆଇସୋଲେସନର ବିକଳ୍ପ ଚୟନ କରିଛନ୍ତି। ଏଥିସହିତ ଘରେ ରହି କାମ କରିବେ ବୋଲି ସୂଚନା ଦେଇଛନ୍ତି। ଆଉ ତାଙ୍କ ସଂସ୍ପର୍ଶରେ ଆସିଥିବା ସମସ୍ତଙ୍କୁ ସାବଧାନତା ଅବଲମ୍ବନ କରିବାକୁ ପରାମର୍ଶ ଦେଇଛନ୍ତି। Share