ଜାପାନ ଯିବେ ସୁମିତ୍ରା ନାୟକ

ଭୁବନେଶ୍ୱର, ଏନ୍ଏନ୍ଏସ୍: ଓଡ଼ିଶାର ୩ଜଣ ଯଥା ଅନ୍ତର୍ଜାତୀୟ ଖେଳାଳି ସୁମିତ୍ରା ନାୟକ, କୋଚ ମୁନା ମୁର୍ମୁ ଓ ରେଫରୀ ଦିବ୍ୟରଞ୍ଜନ ଦାସ ଜାପାନରେ ଅନୁଷ୍ଠିତ ହେବାକୁ ଯାଉଥିବା ଜେନେସିସ୍ ପ୍ରୋଗ୍ରାମ-୨୦୧୯ରେ ଅଂଶଗ୍ରହଣ କରିବାକୁ ଜାପାନ ଯିବେ। ଓଡ଼ିଶା ରଗବୀର ଏହି ୩ ବ୍ୟକ୍ତିତ୍ୱ ଜାପାନ ଇଷ୍ଟ ଏସିଆ ନେଟୱର୍କ ଅଫ୍ ଏକ୍ସଚେଞ୍ଜ୍ ଅଫ୍ ଷ୍ଟୁଡେଣ୍ଟସ ଆଣ୍ଡ ୟୁଥ୍ ପ୍ରୋଗ୍ରାମରେ ଅଂଶଗ୍ରହଣ କରିବାକୁ ରଗବୀ ଇଣ୍ଡିଆ ଦ୍ୱାରା ମନୋନୀତ ହୋଇଛନ୍ତି। ଏହି ପ୍ରୋଗ୍ରାମ୍ ଜାପାନରେ ଆସନ୍ତା ୧୯ରୁ ୨୬ ତାରିଖଯାଏ ଅନୁଷ୍ଠିତ ହେବ। ମନୋନୀତ ବ୍ୟକ୍ତିବିଶେଷଙ୍କୁ କିଟ୍ ଓ କିସ୍ ପ୍ରତିଷ୍ଠାତା ତଥା ସାଂସଦ ଅଚ୍ୟୁତ ସାମନ୍ତ ଓ ଓଡ଼ିଶା ରଗବୀ ଫୁଟବଲ ଆସୋସିଏସନ ସମ୍ପାଦକ ଉପେନ୍ଦ୍ର ମହାନ୍ତି ଶୁଭେଚ୍ଛା ଜଣାଇଛନ୍ତି।