ଅହମ୍ମଦାବାଦ-ବେଙ୍ଗାଲୁରୁ “ଗୋ ଏୟାର” ବିମାନରେ ଅଗ୍ନିକାଣ୍ଡ

ନୂଆଦିଲ୍ଲୀ : ଅହମ୍ମଦାବାଦରୁ ବେଙ୍ଗାଲୁରୁ ଯାଉଥିବା “ଗୋ ଏୟାର” ବିମାନର ଡ଼ାହାଣ ପଟ ଇଞ୍ଜିନରେ ମଙ୍ଗଳବାର ଅଗ୍ନିକାଣ୍ଡ ଘଟିଛି । ବିମାନରେ ଥିବା ସମସ୍ଥ ଯାତ୍ରୀ ଏବଂ ବିମାନ କର୍ମଚାରୀ ସୁରକ୍ଷିତ ଥିବା ଜଣାପଡିଛି । ବିମାନଟି ଏକ ଚଢେଇ ସହିତ ଧକ୍କା ହେବା ଫଳରେ ତାର ଡ଼ହାଣ ପଟ ଇଞ୍ଜିନରେ ନିଆଁ ଲାଗିଯାଇଥିବା ଅନୁମାନ କରାଯାଉଛି । ଗୋ ଏୟାର ଇଞ୍ଜିନିୟରିଂ ଟିମ୍ ପକ୍ଷରୁ ବିମାନର ନିରିକ୍ଷଣ କରାଯାଉଛି ।