ଗଙ୍ଗାଧର ମେହେର ଜୁନିୟର କଲେଜରେ ପୁଣି ଛାତ୍ର ଅଶାନ୍ତି

ସମ୍ବଲପୁର,ଏନ୍ଏନ୍ଏସ୍: ୮ଜଣ ଅଧ୍ୟାପକଙ୍କ ବଦଳି ପ୍ରତିବାଦରେ ୨ଦିନ ଧରି ଆନ୍ଦୋଳନ ଜାରି ରହିଛି। ଗଙ୍ଗାଧର ମେହେର ଜୁନିୟର କଲେଜରେ ଗୁରୁବାର ୮ଜଣ ଶିକ୍ଷକଙ୍କୁ ବଦଳି କରାଯିବାକୁ ଆନ୍ଦୋଳନ କରାଯାଇଥିବା ବେଳେ ଏହା ଜାରି ରହିଛି।

ସୂଚନା ଅନୁସାରେ ଶୁକ୍ରବାର ଛାତ୍ରଛାତ୍ରୀମାନେ କଲେଜ ଫାଟକରେ ତାଲା  ପକାଇ ଧାରଣାରେ ବସିଛନ୍ତି। ତେବେ ଏହି ଘଟଣାକୁ ନେଇ କଲେଜ ପରିସରରେ ଉତ୍ତେଜନା ଲାଗି ରହିଛି। ଏହି ପରିପ୍ରେକ୍ଷୀରେ  କଲେଜ ପରିସରରେ ଏକ ପ୍ଲାଟୁନ୍‌ ପୁଲିସ ଫୋର୍ସ ମୁତୟନ ରହିଛନ୍ତି। ଅନ୍ୟପଟେ ଆନ୍ଦୋଳନ ଯୋଗୁଁ କଲେଜରେ ପାଠପଢ଼ାବ୍ୟାହତ ହୋଇଛି।

ତେବେ ୮ ଅଧ୍ୟାପକଙ୍କ ବଦଳି ପ୍ରତିବାଦରେ ଗତକାଲିଠାରୁ ଆନ୍ଦୋଳନ କରାଯାଇଥିଲା। ପରେ ପୁଲିସ ଓ କଲେଜ କର୍ତ୍ତୃପକ୍ଷଙ୍କ ଆଲୋଚନା କରିବା ପରେ ଆନ୍ଦୋଳନ ହଟିଥିଲା। ତେବେ ଆନ୍ଦୋଳନ ସତ୍ତ୍ୱ ଶୁକ୍ରବାର ସମସ୍ତ ଅଧ୍ୟାପକଙ୍କୁ ରିଲିଫ କରାଯିବାରୁ ପୁଣି ଆନ୍ଦୋଳନ ହୋଇଛି।