ଟିକା ପାଇଁ ଖୁବଶୀଘ୍ର ଗ୍ଲୋବାଲ ଟେଣ୍ଡର

ଭୁବନେଶ୍ୱର, ଏନ୍ଏନ୍ଏସ୍: ଟିକା ସମସ୍ୟା ଦୂର କରିବା ପାଇଁ ସରକାର ରାଜ୍ୟ ସରକାରଙ୍କ ଗୁରୁତ୍ୱପୂର୍ଣ୍ଣ ବୈଠକ ହୋଇଛି । ଏ ନେଇ ଆଜି କ୍ୟାବିନେଟ୍ ବୈଠକରେ ନିଷ୍ପତ୍ତି ନିଆଯାଇଛି । ସାରା ବିଶ୍ୱର କମ୍ପାନୀମାନଙ୍କ ଠାରୁ ରାଜ୍ୟ ସରକାର ଟିକା କିଣିବା ନେଇ ନିଷ୍ପତ୍ତି ଉପରେ ମୋହର ଲାଗିଛି। ଟିକା କିଣିବା ପାଇଁ ଗ୍ଲୋବାଲ୍ ଟେଣ୍ଡର କରିବାକୁ ଏହି ବୈଠକରେ ଆଲୋଚନା ହେବା ସହ ଏହାକୁ ଖୁବ୍ ଶିଘ୍ର କାର୍ଯ୍ୟକାରୀ କରାଯିବ ବୋଲି ଜଣାପଡ଼ିଛି । ସାରା ବିଶ୍ୱରେ ବିଭିନ୍ନ କମ୍ପାନୀ ଦ୍ୱାରା ପ୍ରସ୍ତୁତ ହେଉଥିବା କରୋନା ଟିକା ସରକାର କିଣିବେ । ଟିକା ସମସ୍ୟା ଦୂର କରିବା ପାଇଁ ସରକାର ଏପରି ନିଷ୍ପତ୍ତି ନେଇଥିବା ଜଣାପଡ଼ିଛି ।