ପୋଖରୀକୁ ଡେଇଁ ଯୁବତୀଙ୍କ ଆତ୍ମହତ୍ୟା ଉଦ୍ୟମ

ଭୁବନେଶ୍ୱର,ଏନ୍ଏନ୍ଏସ୍: ଭୁବନେଶ୍ୱର ସ୍ଥିତ ନୟାପଲ୍ଲୀ ବାଲୁଙ୍କେଶ୍ୱର ମନ୍ଦିର ପୋଖରୀକୁ ଆଜି ଜଣେ ଯୁବତୀ ଡେଇଁ ଆତ୍ମହତ୍ୟା ଉଦ୍ୟମ କରିଥିଲେ। ଏହା ଦେଖି ସ୍ଥାନୀୟ ଲୋକମାନେ ପୁଲିସକୁ ଖବର ଦେବା ସହିତ ଯୁବତୀ ଜଣଙ୍କୁ ପୋଖରୀରୁ ପଦାକୁ ବାହାରକୁ ଆଣିଥିଲେ।

ପରେ ପୁଲିସ ସେଠାରେ ପହଞ୍ଚି ଯବତୀଙ୍କୁ ଉଦ୍ଧାର କରି କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି କରିଛି। ତେବେ ଯୁବତୀ ଜଣଙ୍କ ଘରୋଇ ହିଂସାକୁ ନେଇ ଆତ୍ମହତ୍ୟା କରିବାକୁ ଚାହୁଁଥିବା ଜଣାପଡ଼ିଛି।