ବିଷ ପାନ କରି ଯୁବତୀର ଆତ୍ମହତ୍ୟା

ରାୟଗଡ଼ା,ଏନ୍ଏନ୍ଏସ୍: ପାରିବାରିକ କଳହକୁ କେନ୍ଦ୍ର କରି ଜଣେ ଯୁବତୀ ବିଷ ପିଇ ଆତ୍ମହତ୍ୟା କରିଥିବା ଜଣାପଡ଼ିଛି। ଏପରି ଏକ ଦୁଃଖଦ ଘଟଣା ଘଟିଛି ରାୟଗଡ଼ା ବ୍ଲକ୍‌ ଅନ୍ତର୍ଗତ ଗାଜିଗାଁ ପଞ୍ଚାୟତରେ। ସୂଚନା ମୁତାବକ ଗାଜିଗାଁରେ ବାସକରୁଥିବାନାଗେଶ୍ୱର କଣ୍ଡାଗରୀ ନିଜ ଝିଅ ସମିତା କଣ୍ଡାଗରି(୧୭)କୁ ଘର କାମ କରିବା ପାଇଁ କହିଥିଲେ।

ସମିତା ଏଥିରେ ଅରାଜି ହେବାରୁ ବାପା ନାଗେଶ୍ୱର ଝିଅକୁ ଗାଳିଗୁଲଜ କରିଥିଲେ। ପରେ ସମିତା କପା ଚାଷ ପାଇଁ ରଖାଯାଇଥିବା କୀଟନାଶକ ଔଷଧଖାଇଦେଇଥିଲେ। ଝିଅର ଅବସ୍ଥା ସଙ୍କଟାପନ୍ନ ହେବାର ଦେଖି ପରିବାର ଲୋକେ ତୁରନ୍ତ ସମିତାକୁ ଜେମାଦେଇପେଣ୍ଠସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଇଥିଲେ। ସେଠାରେ ସ୍ଥିତି ସୁଧରିବା ପରିବର୍ତ୍ତେ ଜଟିଳ ହେବାକୁ ଲାଗିବାରୁ ତୁରନ୍ତ ରାୟଗଡ଼ା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତରିତ କରାଯାଇଥିଲା। ସେଠାରେ ଡାକ୍ତର ସମିତାକୁ ମୃତ ଘୋଷଣା କରିଥିଲେ।