ରସିକିଆ ଶିକ୍ଷକଙ୍କୁ ତାଲା ପକାଇଲେ ଗାଁ ଲୋକେ, ଭାଙ୍ଗିଦେଲେ କାର୍

ବାରିପଦା,ଏନ୍ଏନ୍ଏସ୍, ସ୍କୁଲ ପରି ପବିତ୍ର ସ୍ଥାନରେ କିଛି ଅସଭ୍ୟଙ୍କ ପାଇଁ ସମଗ୍ର ଶିକ୍ଷକ ସମାଜରେ କଳଙ୍କ ଲାଗୁଛି। ବାରିପଦା ସଦର ଥାନା ଅନ୍ତର୍ଗତ ବଡ଼ବ୍ରାମହଁଣମରା ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଗୁରୁବାର ଏକ ଅଭବନୀୟ ଘଟଣା ଦେଖିବାକୁ ମିଳିଛି। ବଡ଼ବ୍ରାମହଁଣମରା ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ଜଣେ ସହକାରୀ ଶିକ୍ଷକ ଜଣେ ଷଷ୍ଠଶ୍ରେଶୀ ଛାତ୍ରୀଙ୍କୁ ଅସଦାଚରଣ କରିଥିବା ଅଭିଯୋଗ ହୋଇଛି। ଏହାପରେ ଗାଁ ଲୋକେ ସ୍କୁଲରେ ତୁମୁଳକାଣ୍ଡ ଘଟାଇଛନ୍ତି।

ଉତ୍ତ୍ୟକ୍ତ ଲୋକେ ସମ୍ପୃକ୍ତ ଶିକ୍ଷକଙ୍କୁ ତାଲା ପକାଇ ଦେବାସହ ସ୍କୁଲ ପରିସରରେ ଥିବା କାର୍ କୁ ଭଙ୍ଗାରୁଜା କରିଛନ୍ତି। ତେବେ ପୁଲିସ ଘଟଣାସ୍ଥଳରେ ପହଞ୍ଚିଥିଲେ ବି ଶିକ୍ଷକଙ୍କୁ ଉଦ୍ଧାର କରିବା ସମ୍ଭବ ହୋଇପାରିନି। ଉତ୍ତେଜନା ଲାଗିରହିଥିବାରୁ ୧ ପ୍ଲାଟୁନ୍ ଫୋର୍ସ ମୁତୟନ କରାଯାଇଛି।