ସାପ କାମୁଡାରେ ଯୁବତୀ ମୃତ

ଝାରସୁଗୁଡା,ଏନ୍ଏନ୍ଏସ୍: ଝାରସୁଗୁଡ଼ା ଜିଲ୍ଲା ବେଲପାହାଡ ନିକଟସ୍ଥ କରଲାଖମନ ଗ୍ରାମର ଜଣେ ଯୁବତୀ ସାପ କାମୁଡାରେ ପ୍ରାଣ ହରାଇଛନ୍ତି। ମୃତକ ଜଣକ ଯିଶୁ ଖଡ଼ିଆଙ୍କ ଝିଅ ସନ୍ଧ୍ୟା ଖଡ଼ିଆ (୧୮) ବୋଲି ଜଣାପଡ଼ିଛି। ସୂଚନା ଅନୁଯାୟୀ, ରବିବାର ଭୋର ପ୍ରାୟ ୩ଟା ସମୟରେ ସନ୍ଧ୍ୟାଙ୍କ ହାତକୁ ଏକ ଚିତି ସାପ କାମୁଡ଼ି ଥିଲା। ଏହାଜାଣି ପରିବାରଲୋକେ ତାଙ୍କୁ ଝାରସୁଗୁଡ଼ା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ନେଇଥିଲେ। ତେବେ ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ସନ୍ଧ୍ୟାଙ୍କ ମୃତ୍ୟୁ ହୋଇଥିବା ଜଣାପଡିଛି। ଏନେଇ ବେଲପାହାଡ଼ ପୁଲିସ ଏକ ଅପମୃତ୍ୟୁ ମାମଲା ରୁଜୁ କରିବାସହ ଶବ ବ୍ୟବଚ୍ଛେଦ ପରେ ପରିବାର ବର୍ଗଙ୍କୁ ଶବ ହସ୍ତାନ୍ତର କରିଛି।