ଅନାଥ ଆଶ୍ରମରେ ନାବାଳିକା ଅନ୍ତେବାସୀଙ୍କ ସନ୍ଦେହଜନକ ମୃତ୍ୟୁ

ଭବାନୀପାଟଣା,ଏନ୍ଏନ୍ଏସ୍: କଳାହାଣ୍ଡି ଜିଲ୍ଲା ଗୋଳାମୁଣ୍ଡା ବ୍ଲକ ପାଣ୍ଡକୁଳ ଗାଁ’ରେ ଥିବା ଡ. ଆମ୍ବେଦକର ଅନାଥ ଆଶ୍ରମରେ ଜଣେ ୧୩ ବର୍ଷିଆ ନାବାଳିକା ଶୌଚାଳୟରେ ବେକରେ ଓଢ଼ଣୀ ଦେଇ ଆତ୍ମହତ୍ୟା କରିଥିବା ଦେଖିବାକୁ ମିଳିଛି। ନାବାଳିକା ଜଣଙ୍କ ଏହି ଆଶ୍ରମରେ ୨୦୧୬ରୁ ରହି ଆସୁଥିଲେ।

ନାବାଳିକା ଜଣକ ଧର୍ମଗଡ଼ ବ୍ଲକ ଥନଟ ଗାଁ’ର ସ୍ୱର୍ଗତ ହୃଷୀକେଶ ତାଣ୍ଡିଙ୍କ ଝିଅ(ଭୂମି)। ତେବେ ଆତ୍ମହତ୍ୟାର କାରଣ ସ୍ପଷ୍ଟ ହୋଇନଥିବା ବେଳେ ଖବରପାଇ ଦଶପୁର ଫାଣ୍ଡି ପୁଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ନାବାଳିକାଙ୍କ ଏଭଳି ପଦକ୍ଷେପ ପରେ ସେ ମାନସିକ ଚାପରେ ଆସି ଆତ୍ମହତ୍ୟା କରିଥିବା ଚର୍ଚ୍ଚା ହେଉଛି। ତେଣୁ ନିରପେକ୍ଷ ତଦନ୍ତ କରିବାକୁ ସାଧାରଣରେ ଦାବି ହୋଇଛି।