ଯୁବତୀଙ୍କ ପୋଡ଼ି ମାରିଦେଲା ପ୍ରେମିକ !

ବ୍ରହ୍ମପୁର, ଏନଏନଏସ: ବ୍ରହ୍ମପୁରରେ ମଙ୍ଗଳବାର ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। ଅର୍ଦ୍ଧଦଗ୍ଧ ଅବସ୍ଥାରେ ଉଦ୍ଧାର ଜଣେ ଯୁବତୀଙ୍କ ହସ୍ପିଟାଲରେ ମୃତ୍ୟୁ ହୋଇଛି। ପୁରୁଷୋତ୍ତମପୁର ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଛି। ପୁଲିସ ସମ୍ପୃକ୍ତା ଯୁବତୀଙ୍କୁ ପ୍ରତାପୁର ନିକଟରୁ ଅର୍ଦ୍ଧଦଗ୍ଧ ଅବସ୍ଥାରେ ଉଦ୍ଧାର କରିଥିଲା। ଯୁବତୀ ଜଣଙ୍କ ପୋଲସରା ବ୍ଲକ ଅନ୍ତର୍ଗତ କଳମ୍ବ ଗ୍ରାମର ଶୁଭସ୍ମିତା ଷଡ଼ଙ୍ଗୀ ବୋଲି ସୂଚନା ମିଳିଛି। ଯୁବତୀଙ୍କ ପ୍ରେମିକ ତାଙ୍କୁ ପୋଡ଼ି ମାରିଦେବାକୁ ଉଦ୍ୟମ କରିଥିବା ଜଣାପଡ଼ିଛି। ଚିକିତ୍ସାଧୀନ ଅବସ୍ଥାରେ ଯୁବତୀ ଜଣଙ୍କ ଏନେଇ ପୁଲିସକୁ ସୂଚନା ଦେଇଛନ୍ତି। ଏହି ଘଟଣାରେ ପଚରୁଷୋତ୍ତମପୁର ପୁଲିସ ଅଭିଯୁକ୍ତଙ୍କୁ ଅଟକ ରଖିଛି। ଏନେଇ ପୁରୁଷୋତ୍ତମପୁର ଏସଡିପିଓ ସୂର୍ଯ୍ୟମଣି ପ୍ରଧାନ ସୂଚନା ଦେଇଛନ୍ତି।