ନାବାଳିକା ଉଦ୍ଧାର, ସମିତିସଭ୍ୟାଙ୍କ ସ୍ୱାମୀ ଗିରଫ

ନୟାଗଡ଼,ଏନ୍ଏନ୍ଏସ୍: ଖଣ୍ଡପଡ଼ା ଥାନା ଅଧୀନ ସିଧାମୂଳା ପଞ୍ଚାୟତ ବଳରାମପ୍ରସାଦ ଗ୍ରାମର ଜଣେ ନାବାଳିକାଙ୍କୁ ସିଧାମୂଳା ପଞ୍ଚାୟତର ସମିତିସଭ୍ୟାଙ୍କ ସ୍ୱାମୀ କାଳିଆ ନାଏକ ୩ଦିନ ପୂର୍ବେ ଅପହରଣ କରିନେଇଥିବା ନେଇ ଖଣ୍ଡପଡ଼ା ଥାନାରେ ନାବାଳିକାଙ୍କ ପିତା ଅଭିଯୋଗ କରିଥିଲେ। ଅଭିଯୋଗକୁ ଭିତ୍ତିକରି ପୁଲିସ ଏକ ମାମଲା ରୁଜୁକରି ଘଟଣାର ଅନୁସନ୍ଧାନ ଜାରି ରଖିଥିଲା।

ବିଶେଷ ସୂତ୍ରରୁ ଖବରପାଇ ଖଣ୍ଡପଡ଼ା ପୁଲିସ ଓ କଣ୍ଟିଲୋ ଫାଣ୍ଡି କର୍ତ୍ତୃପକ୍ଷ ସଂପୃକ୍ତା ନାବାଳିକାଙ୍କୁ ଅପହରଣକାରୀଙ୍କ କବଳରୁ ମଙ୍ଗଳବାର ଅପରାହ୍ଣରେ ଉଦ୍ଧାରକରି ପରିବାରବର୍ଗଙ୍କୁ ହସ୍ତାନ୍ତର କରିଛନ୍ତି। ଘଟଣାରେ ସମ୍ପୃକ୍ତି ଅଭିଯୋଗରେ ଅଭିଯୁକ୍ତ କାଳିଆକୁ କଣ୍ଟିଲୋ ଫାଣ୍ଡିରେ ଅଟକ ରଖାଯାଇ ପଚରାଉଚରା କରିବା ପରେ ଗିରଫ କରିଛି। ବୁଧବାର ନାବାଳିକାଙ୍କ ବୟାନ ରେକର୍ଡ କରାଯିବା ପରେ ଅଭିଯୁକ୍ତଙ୍କ ବିରୋଧରେ ଆଇନାନୁଯାୟୀ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଖଣ୍ଡପଡ଼ା ଥାନା ସୂତ୍ରରୁ ଜଣାପଡ଼ିଛି। ଏହି ଘଟଣା ସାଧାରଣରେ ଚର୍ଚ୍ଚାର ବିଷୟ ପାଲଟିଛି।