ବିଦ୍ୟୁତ୍ ଚୋରି ଧରାଇଲେ ମିଳିବ ପୁରସ୍କାର

ଭୁବନେଶ୍ୱର,ଏନ୍ଏନ୍ଏସ୍: ବିଦ୍ୟୁତ୍ ଚୋରି କୁ ଧରାଇଲେ ମିଳିବ ପୁରସ୍କାର। ଏ ନେଇ ଗୁରୁବାର ସେସୁ ସିଇଓ ଓ ପୁଲସ ଆଇଜି ଅରୁଣ ବୋଥ୍ରା ସୂଚନା ଦେଇଛନ୍ତି। ଆଦାୟ ଜୋରିମାନା ଅର୍ଥର ୧୦ ପ୍ରତିଶତ ପୁରସ୍କାର ରାଶି ଆକାରରେ ଖବରଦାତାକୁ ମିଳିବ। ଖବର ଦାତାର ପରିଚୟ ଗୋପନ ରଖାଯିବ। ଆସନ୍ତା ୨ରୁ ୩ମାସ ସେସୁ ଅଞ୍ଚଳରେ ଯାଞ୍ଚ କଡ଼ାକଡ଼ି ହେବ। ବିଦ୍ୟୁତ୍ ଦେୟ ଆଦାୟ କରିବାପାଇଁ ଏସ୍ଜିଏଚ ଗ୍ରୁପ୍କୁ ଦାୟିତ୍ୱ ଦିଆଯିବ। ସୋସିଆଲ ମିଡ଼ିଆର ତଥ୍ୟକୁ ମଧ୍ୟ ଗୁରୁତ୍ୱ ଦିଆଯିବ ବୋଲି ଜଣାଯାଇଛି।