ଘୁନସରକୁ ୪୮ ଘଣ୍ଟା ପାଇଁ ସଟଡାଉନ କଲେ ସରପଞ୍ଚ

ସଇଁନ୍ତଳା,ଏନ୍ଏନ୍ଏସ୍: ବଲାଙ୍ଗିର ଜିଲ୍ଲା ସଇଁନ୍ତଳା ବ୍ଳକ ଘୁନସର ଗ୍ରାମରେ ୪ ଜଣ କରୋନା ସଂକ୍ରମିତ ଚିହ୍ନଟ ହେବା ପରେ ଆଜି ଘୁନସର ସରପଞ୍ଚ ଦ୍ରୋପଦି ବେହେରା ଜିଲ୍ଲାପାଳ କ୍ଷମତା ପ୍ରୟୋଗ କରି ପଞ୍ଚାୟତକୁ ୪୮ ଘଣ୍ଟା ପାଇଁ ସଟଡାଉନ କରିଛନ୍ତି। ଏଥିରେ ଜରୁରୀକାଳୀନ ସେବା ବ୍ୟତୀତ ଅନ୍ୟ ସବୁ ଦୋକାନ ବଜାର ଏବଂ ଜନସାଧାରଣଙ୍କ ଯାତାୟାତରେ କଟକଣା ଲଗାଯାଇଛି। ଏଥିସହିତ ଏହି ନିୟମକୁ ସମସ୍ତେ ମାନିବା ପାଇଁ ନିଜେ ସରପଞ୍ଚ ଅନୁରୋଧ କରିଛନ୍ତି।