ଭୁତ କହୁଛି ହତ୍ୟାର କାହାଣୀ !

ଅନୁଗୁଳ, ଏନ୍ଏନ୍ଏସ୍ : ଭୂତ ପ୍ରେତକୁ ନେଇ ଅେନେକ କାହାଣୀ ଶୁଣାଯାଏ। ପ୍ରକୃତରେ ଭୂତ ଅଛି କି ଭୂତର ସ୍ସ୍ଥିତି ଅଛି କି ନାହିିଁ ତାହାର କୌଣସି ବଜ୍ଞାନିକ ସତ୍ୟତା ନାହିଁ। କେବଳ କେତେକ ଅନୁଭୂତିକୁ ନେଇ ଏସବୁ କହାଣି ଶୁଣାଯାଏ। କିନ୍ତୁ ଅନୁଗୁଳ ଜିଲ୍ଲ୍ଲା ନତଡ଼ା ଗାଁ’ର ଘଟିଛି ଏକ ନିଆରା ଘଟଣା। ଯଦିଓ ଆଗରୁ ଏପରି ଘଟଣା ବହୁତ ଘଟି ସାରିଛି କିନ୍ତୁ ଏହି ଘଟଣାଟି ଏକ ଅଦଭୂତ କାହାଣୀ କହୁଛି। ଘଟଣାଟି ହେଲା ଗତ ସେପଟେମ୍ବର ୧୮ ତାରିଖରେ ନତଡା ଗାଁ’ର ଜଣେ ଯୁବକ ପଂଚାନନ ଖଟୁଆଙ୍କ ମୃତ୍ୟୁ ହୋଇଥିଲା ।

ସେହିଦିନ ତାଙ୍କ ମୃତ ଦେହ ତାଙ୍କ ପଡ଼ୋଶୀଙ୍କ କୂଅରୁ ଉଦ୍ଧାର କରାଯାଇଥିଲା। କିନ୍ତୁ ସେ ଦୁଇଦିନ ଧରି ନିଖୋଜ ଥିଲେ। ପୋଷ୍ଟମଟର୍ମ ରିପୋର୍ଟରୁ ଅଧିକ ପାଣି ପିଇ ଦେଇଥିବା କାରଣୁ ମୃତ୍ୟୁ ହୋଇଥିବା ଜଣାପଡ଼ିଥିଲା। ଘଟଣାଟି କୁ ଗାଁ’ ଲୋକେ କୂଅରେ ପଡ଼ି ମରିଯାଇଥିବ ବୋଲି ଭାବି ନେଇଥିଲେ। କିନ୍ତୁ ଏହି କାହାଣୀର ମୂଳ ଶନିବାର ସକାଳୁ ବଦଳି ଯାଇଥିଲା। ହଠାତ ୪୦ଦିନ ପରେ ଉକ୍ତ ଯୁବକଙ୍କ ଆତ୍ମା ସେହି ଗାଁ’ର ୪ ମହିଳାଙ୍ଙ୍କ ଦେହରେ ଶବାର ହୋଇଥିଲା। ଜଣଙ୍କ ପରେ ଜଣଙ୍କ ଦେହରେ ଏହି ଭୂତ ଲାଗି କହିଥିଲା ଅଦଭୂତ କାହାଣୀ।

ନତଡା ଗାଁର ଜନୈକ ମହିଳାଙ୍କ ଚୁଟି ସବୁ ମୁକୁଳା, ବାଚାଳଙ୍କ ଭଳି ଗପୁଛନ୍ତି, ଆଉ ଲୋକେ କହିଛନ୍ତି ତାଙ୍କ ଦେହରେ ଭୂତ ଲାଗିଛି । ଏମିତି ଅସ୍ୱାଭାବିକ ବ୍ୟବହାର କରୁଥିବା ମହିଳା ଜଣକ କହୁଛନ୍ତି, ‘ମୋତେ ମାରିଦିଆଯାଇଛି । ମାରିବା ପରେ ଏକ ପରିତ୍ୟକ୍ତ ପାଇଖାନାରେ ରଖିବା ସହ କୂଅକୁ ଫିଙ୍ଗି ଦିଆଯାଇଛି । ମତେ ନ୍ୟାୟ ଦରକାର ।’ ଲୋକ କହୁଛନ୍ତି ମହିଳାଙ୍କ ଦେହରେ ଜଣେ ଯୁବକଙ୍କ ଭୂତ ଲାଗି ନିଜ ମୃତ୍ୟୁ କାହାଣୀ ଗାଁ ଲୋକଙ୍କ ଆଗରେ କହୁଛି, ଆଉ ତାକୁ ନ୍ୟାୟ ଦେବା ପାଇଁ ଦାବି କରୁଛି । ଏକବିଂଶ ଶତାଦ୍ଦୀରେ ଏଭଳି ଅନ୍ଧବିଶ୍ୱାସକୁ ନେଇ ସାରା ଅନୁଗୁଳ ଜିଲ୍ଲାର ଚହଳ ପଡିଛି ।