ହକି ଅଲମ୍ପିକ କ୍ୱାଲିଫାୟର ଟିକଟ ବିକ୍ରି ଆରମ୍ଭ

ଭୁବନେଶ୍ୱର,ଏନ୍ଏନ୍ଏସ୍ଏଫ୍ଆଇଏଚ୍ ହକି ଅଲମ୍ପିକ, ୨୦୨୦ରକ୍ୱାଲିଫାୟର ମ୍ୟାଚ୍ ପାଇଁ ଟିକଟ ବିକ୍ରି ଆରମ୍ଭ ହୋଇଯାଇଛି। ତେବେ ଏହି ମ୍ୟାଚ୍‌ଟି ଭୁବନେଶ୍ୱର କଳିଙ୍ଗ ଷ୍ଟାଡିୟମ୍‌ରେ ଅନୁଷ୍ଠିତ ହେଉଛି। ଏହି ମ୍ୟାଚ୍‌ଟି ନଭେମ୍ବର ୧୧ ଓ ୨ତାରିଖରେ ଆରମ୍ଭ ହେଉଥିବାବେଳେ ଆଜି ଠାରୁ ଏହାର ଅନଲାଇନ ଟିକଟ ବିକ୍ରି ଆରମ୍ଭ ହୋଇଛି। ସେହିପରି ଟିକଟର ମୂଲ୍ୟ ଷ୍ଟାଣ୍ଟକୁ ନେଇ ନିର୍ଧାରିତ କରାଯାଇଛି। ଉତ୍ତର ଓ ଦକ୍ଷିଣ ଷ୍ଟାଣ୍ଡର ଟିକଟ ମୂଲ୍ୟ ୨୦୦ଟଙ୍କା ରହିଥିବାବେଳେ ପୂର୍ବ ଷ୍ଟାଣ୍ଡର ଟିକଟ ମୂଲ୍ୟ ୩୦ ଟଙ୍କା ରହିଛି। ଏହି କ୍ୱାଲିଫାୟର ମ୍ୟାଚରେ ଯେଉଁ ଟିମ୍ ଜିତିବ ସେ ୨୦୨୦ର ହକି ଅଲମ୍ପିକ ପାଇଁ କ୍ୱାଲିଫାୟ କରିବ। ତେବେ ଏହାର ଫାଇନାଲ ମ୍ୟାଚ୍‌ ଜାପାନର ଟୋକିଓରେ ଅନୁଷ୍ଠିତ ହେବ।