ଘଣ୍ଟାଏରେ ମିଳିବ ଜମିବାଡ଼ି କାଗଜପତ୍ର

ଭୁବନେଶ୍ୱର,ଏନ୍ଏନ୍ଏସ୍: ଏଣିକି ଜମିବାଡି କାଗଜପତ୍ର ଘଣ୍ଟାଏ ମଧ୍ୟରେ ମିଳିବ। ଏଥିପାଇଁ ଦୀର୍ଘ ଦିନ ପର୍ୟ୍ୟନ୍ତ ଅପେକ୍ଷା କରିବାକୁ ପଡିବ ନାହିଁ । ଏପ୍ରିଲ୍ ପହିଲାରୁ ଜମି ସଂକ୍ରାନ୍ତୀୟ କାଗଜପତ୍ର ୧ ଘଂଣ୍ଟା ମଧ୍ୟରେ ସମାଧାନ କରାଯିବ । ସବରେଜିଷ୍ଟ୍ରାର ଅଫିସରେ ପଂଜିକରଣ ପରେ ସେହିଦିନ ଅପରାହ୍ଣରେ ସବୁ ତଥ୍ୟ ବୋଲି ରାଜସ୍ୱ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ପ୍ରଦୀପ୍ତ ମହାପାତ୍ର ମିଳିବ କହିଛନ୍ତି । ସେହିପରି ଫେବୃଆରୀ ୧୦ରେ ମୋ ସରକାରରରେ ରାଜସ୍ୱ ବିଭାଗକୁ ସାମିଲ କରାଯିବ ।

ଅନ୍ୟପକ୍ଷରେ ରାଜ୍ୟରେ ଅନେକ କଲେଜ ପ୍ରତିଷ୍ଠା ହେଉଥିଲେ ହେଁ ସେସବୁ ଗୁଡିକର ନିଜସ୍ୱ ଜମି ନାହିଁ । ତେଣୁ ଜମି ପାଇଁ ଆବେଦନ କରିବାପାଇଁ ସମ୍ପୃକ୍ତ କଲେଜମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି ବୋଲି ଶ୍ରୀ ମହାପାତ୍ର ଏହି ସୂଚନା ଦେଇଛନ୍ତି । ଯେଉଁ ତହସିଲଦାର କାମ ବାକିଆ ରଖିଛନ୍ତି ସେମାନଙ୍କ ଛୁଟି ବାତିଲ କରାଯାଉଛି ।ଫେବୃଆରୀ ୫ ତାରିଖ ମଧ୍ୟରେ ଜମି ଆବେଦନକାରୀଙ୍କ କାଗଜପତ୍ର କାମ ଶେଷ କରିବାକୁ ତହସିଲଦାରମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି ।