ପାଆନ୍ତୁ ୧୦୦ ଏମବିପିଏସ୍ ସ୍ପିଡରେ ୧ଟିବି ଡାଟା

ନୂଆଦିଲ୍ଲୀ: ଗତ ସପ୍ତାହରେ ରିଲାଏନ୍ସ ଜିଓ ଫାଇବର ହାଇସ୍ପିଡ୍ ବ୍ରଡବ୍ୟାଣ୍ଡ୍ ସେବାକୁ ବ୍ୟବସାୟିକ ରୂପେ ଶୁଭାରମ୍ଭ କରାଯାଇଛି। ରିଲାଏନ୍ସ ଜିଓର ଏହି ପ୍ରୟାସ ପରେ ବର୍ତ୍ତମାନ ଏହି ହାଇସ୍ପିଡ୍ ବ୍ରଡବ୍ୟାଣ୍ଡ୍ ସେବାକୁ ଶୁଭାରମ୍ଭ କରିବା ଲାଗି ଅନ୍ୟ ବ୍ରଡବ୍ୟାଣ୍ଡ୍ ସେବା ପ୍ରଦାତା (ଆଇଏସପି) ମାନେ ନିଜନିଜର ବ୍ରଡବ୍ୟାଣ୍ଡ୍ ପ୍ଲାନରେ ଭାରିମାତ୍ରାର ପରିବର୍ତ୍ତନ କରୁଛନ୍ତି। ଜିଓ ଫାଇବରରୁ ମିଳୁଥିବା ଚାଲେଞ୍ଜକୁ ଦୃଷ୍ଟିରେ ରଖି କେତେକ ବ୍ରଡବ୍ୟାଣ୍ଡ୍ ସେବା ପ୍ରଦାତା ନିଜ ପ୍ଲାନର ମୂଲ୍ୟରେ ହ୍ରାସ କରିଥିବାବେଳେ ଅନ୍ୟ କେତେକ କମ୍ପାନୀ ଚଳିତ ପ୍ଲାନ୍ ରେ ଅଧିକ ଡାଟା ଅଫର୍ ସାମିଲ କରୁଛନ୍ତି।

ଏହି ପରିପ୍ରେକ୍ଷୀରେ ରେଲୱାୟର୍ ଏସଏମଇ ବା କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗଗୁଡ଼ିକ ପାଇଁ ବ୍ରଡବ୍ୟାଣ୍ଡ୍ ପ୍ଲାନ୍ ସମ୍ବନ୍ଧରେ ଘୋଷଣା କରିଛି। ଏଥିରେ ବ୍ୟବହାରକାରୀଙ୍କୁ ୧୦୦ ଏମବିପିଏସ୍ ସ୍ପିଡ୍ ରେ ୧ଟିବି ଡାଟା ଉପଲବ୍ଧ କରାଯାଉଛି। ବର୍ତ୍ତମାନ ଏହି ପ୍ଲାନକୁ କେତେକ ବଛାବଛା ସହରରେ ଶୁଭାରମ୍ଭ କରାଯାଇଛି।

ରେଲୱାୟର ଏହାର ସମସ୍ତ ବ୍ରଡବ୍ୟାଣ୍ଡ୍ ପ୍ଲାନ୍ର ଏଫୟୁପି (ଫେୟାର ୟୁଜେଜ୍ ପଲିସି) ସୀମାକୁ ବଢ଼ାଇଦେଇଛି। ବର୍ତ୍ତମାନ ଗ୍ରାହକମାନଙ୍କୁ ୪୯୯ ଟଙ୍କାର ବ୍ରଡବ୍ୟାଣ୍ଡ୍ ପ୍ଲାନ୍ ବ୍ୟତୀତ ସମସ୍ତ ପ୍ଲାନ୍ରେ ଅଧିକ ଡାଟା ସୀମା ଅଫର୍ କରାଯାଉଛି। ବର୍ତ୍ତମାନ ଏହା କେରଳ ଟେଲିକମ୍ ସର୍କଲରେ ଆରମ୍ଭ କରାଯାଇଛି।