ପିଓକେ ଆତଙ୍କବାଦୀଙ୍କ ଦ୍ୱାରା ନିୟନ୍ତ୍ରିତ : ଜେନେରାଲ ରାୱତ

ନୂଆଦିଲ୍ଲୀ: ପାକ୍ ଅଧିକୃତ କଶ୍ମୀର (ପିଓକେ) ପାକିସ୍ତାନ ନିୟନ୍ତ୍ରଣରେ ନାହିଁ। ବରଂ ଏହା ଆତଙ୍କବାଦୀଙ୍କ ଦ୍ୱାରା ନିୟନ୍ତ୍ରିତ ହେଉଛି ବୋଲି ଭାରତର ସେନାଧ୍ୟକ୍ଷ ଜେନେରାଲ ବିପିନ ରାୱତ କହିଛନ୍ତି। ସେ କହିଛନ୍ତି, ଯେତେବେଳେ ଆମେ ଜମ୍ମୁ-କଶ୍ମୀର କଥା କହୁ ତାହା ସମଗ୍ର ଜମ୍ମୁ-କଶ୍ମୀର ରାଜ୍ୟକୁ ବୁଝାଏ। ଏଥିରେ ପିଓକେ ଓ ଗିଲଗିଟ ଓ ବଲଟିସ୍ତାନ ମଧ୍ୟ ଅନ୍ତର୍ଭୁକ୍ତ। ଏହି କାରଣରୁ ପିଓକେ ଓ ବଲଟିସ୍ତାନ ଏକ ଅଧିକୃତ ଅଞ୍ଚଳ। ଏହି କ୍ଷେତ୍ରକୁ ଆମର ପଡ଼ୋଶୀ ରାଷ୍ଟ୍ର ଅବୈଧ ଭାବେ ନିଜର କବ୍ଜାରେ ରଖିଛି। ଏବେ ୩୭୦ ଧାରା ଉଚ୍ଛେଦ ପରେ ପାକିସ୍ତାନ ଏଥିନେଇ ଆପତ୍ତି ଉଠାଇବାର କୌଣସି ଯଥାର୍ଥତା ନାହିଁ ବୋଲି ଜେନେରାଲ ରାୱତ କହିଛନ୍ତି।