ରାଜସ୍ଥାନର ଲୋକ କଳାକାରଙ୍କ ପାଇଁ ଡିଜିଟାଲରେ ମଞ୍ଚର ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ

ଜୟପୁର,ଏଜେନ୍ସି: ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ ରାଜ୍ୟର ଲୋକ କଳାକାରଙ୍କ ପାଇଁ ଏକ ଡିଜିଟାଲ ମଞ୍ଚ ଆରମ୍ଭ କରିଛନ୍ତି। ଏନେଇ ରବିବାର ଦିନ ମୁଖ୍ୟମନ୍ତ୍ରୀ ଗେହଲଟ ‘ପଧାରୋ ମାରେ ଦେଶ’ ନାମରେ ଏକ ଡିଜିଟାଲ କୋଭିଡ ରିଲିଫ୍ କନସର୍ଟ ସରିଜର ଉଦଘାଟନ କରିଛନ୍ତି।

ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ଲୋକ କଳାକାରମାନେ ତାଙ୍କ କଳାକୁ ନେଇ ଚଳନ୍ତି। ତେବେ କରୋନା ଭୂତାଣୁ ପରେ ଲୋକ କଳା ସମ୍ପୂର୍ଣ୍ଣ ବନ୍ଦ ହୋଇଯାଇଥିଲା। ବର୍ତ୍ତମାନ ଏହି ପଦକ୍ଷେପଟି ସେମାନଙ୍କୁ କିଛିଟା ଆଶ୍ୱସ୍ତି କରିବ।