ଦେଶରେ ବଢ଼ିଲା ଜିଡିପି

ନୂଆଦିଲ୍ଲୀ: ଆର୍ଥିକ ମାନ୍ଦାବସ୍ଥା ଓ ବୈଶ୍ୱିକ ଚ୍ୟାଲେଞ୍ଜ ମଧ୍ୟରେ ଜିଡିପି ଗ୍ରୋଥ ରିପୋର୍ଟ ସାମ୍ନାକୁ ଆସିଛି । ରିପୋର୍ଟ ଅନୁସାରେ, ମାର୍ଚ୍ଚ କ୍ୱାର୍ଟରରେ ଭାରତୀୟ ଅର୍ଥ ବ୍ୟବସ୍ଥା ୬.୧ ପ୍ରତିଶତ ରହିଛି । ଅନ୍ୟପଟେ ୨୦୨୨-୨୩ ଆର୍ଥିକ ବର୍ଷରେ ଆର୍ଥିକ ବୃଦ୍ଧି ଦର ୭.୨ ପ୍ରତିଶତ ରହିଛି ।

ସୂଚନାଯୋଗ୍ୟ, ୨୦୨୨-୨୩ ଅକ୍ଟୋବର-ଡିସେମ୍ବର ତ୍ରୟମାସରେ ଆର୍ଥିକ ବୃଦ୍ଧି ଦର ୪.୫ ପ୍ରତିଶତ ଥିଲା । ଜିଡିପି ବୃଦ୍ଧି ଦର ୨୦୨୧-୨୨ ଜାନୁଆରୀ-ମାର୍ଚ୍ଚ ତ୍ରୟମାସରେ ୪ ପ୍ରତିଶତ ରହିଥିଲା ।