ନୂଆଦିଲ୍ଲୀ: ଭାରତର ପୂର୍ବତନ ଖେଳାଳି ଗୌତମ ଗମ୍ଭୀର ଏକ ନୂଆ ଦାୟିତ୍ୱ ସହ ଆଇପିଏଲକୁ ଫେରୁଛନ୍ତି। ଗମ୍ଭୀର ଆଇପିଏଲ୍ ୨୦୨୨ ପୂର୍ବରୁ ଲଖନଊ ଫ୍ରାଞ୍ଚାଇଜି ସହ ମେଣ୍ଟର ଭାବେ ଯୋଡ଼ିବାକୁ ଯାଉଛନ୍ତି। ଏହି ଟିମର ନାମ ବର୍ତ୍ତମାନ ସୁଦ୍ଧା ସ୍ଥିର କରାଯାଇ ନାହିଁ। ଜିମ୍ବୋୱେର ପୂର୍ବତନ ଅଧିନାୟକ ଏଣ୍ଡୀ ଫ୍ଲାୱାର ମୁଖ୍ୟ କୋଚ୍ ଭାବେ ଶୁକ୍ରବାର ଟିମ୍ ସହ ଯୋଡ଼ିଛନ୍ତି।
ଗୌତମ ଗମ୍ଭୀର ଏକ ବୟାନରେ କହିଛନ୍ତି ଯେ, ନିଜ ଟିମରେ ମୋତେ ଏହି ଶାନଦାର ସୁଯୋଗ ଦେଇଥିବାରୁ ଡା. ଗୋୟନକା ଓ ଆରପୀଏସଜୀ ଗ୍ରୁପକୁ ଧନ୍ୟବାଦ।
ସୂଚନାଯୋଗ୍ୟ, ଗୌତମ ଗମ୍ଭୀର କୋଲକାତା ନାଇଟ ରାଇଡର୍ସକୁ ଅଧିନାୟକ ରୂପେ ୨ଥର ଟ୍ରଫି ଜିତାଇଛନ୍ତି। ଆଉ ଦିଲ୍ଲୀ କ୍ୟାପିଟାଲ ସହ ଗୋଟିଏ ସିଜିନ୍ ଖେଳିବା ପରେ ଗମ୍ଭୀର ଆଇପିଏଲରୁ ସନ୍ୟାସ ନେଇଥିଲେ।