ଡିସେମ୍ବରରେ ହାତକୁ ଦି’ହାତ ହେବେ ଗୌହର ଖାନ୍

ମୁମ୍ବାଇ: ଅଭିନେତ୍ରୀ ଗୌହର ଖାନ୍ ଡ୍ୟାନ୍ସର ଜେଦ ଦରବାରଙ୍କ ସହ ତାଙ୍କ ନିର୍ବନ୍ଧ ସମ୍ପର୍କରେ ଆଜି ସୋସିଆଲ ମିଡିଆରେ ଘୋଷଣା କରିଛନ୍ତି। ଜେଦଙ୍କ ସହ ଇନଷ୍ଟାଗ୍ରାମରେ ଗୌହର ଏକ ଫଟୋ ପୋଷ୍ଟ କରି ଏନେଇ ସୂଚନା ଦେଇଛନ୍ତି। ରିପୋର୍ଟ ମୁତାବିକ, ଗୌହର ଡିସେମ୍ବର ୨୫ରେ ବିବାହ ବନ୍ଧନରେ ଆବଦ୍ଧ ହେବେ । ନିକାହର ସମସ୍ତ କାର୍ଯ୍ୟକ୍ରମ ୩ଦିନ ପର୍ଯ୍ୟନ୍ତ ଚାଲିବ। ଡିସେମ୍ବର ୨୨ରୁ ଆରମ୍ଭ ହେଉଥିବା କାର୍ଯ୍ୟକ୍ରମରେ ପରିବାରବର୍ଗଙ୍କ ସହ କିଛି ଖାସ ବନ୍ଧୁ ସାମିଲ ହେବେ ବୋଲି ଜଣାପଡ଼ିଛି।

ସୂଚନାଯୋଗ୍ୟ, ସଙ୍ଗୀତ ନିର୍ଦ୍ଦେଶକ ଇସମାଇଲ ଦରବାରଙ୍କ ପୁଅ ଜେଦ ଦରବାର ମଧ୍ୟ ତାଙ୍କ ଇନଷ୍ଟାଗ୍ରାମରେ ଏହି ଫଟୋ ସେୟାର କରିଛନ୍ତି। ଗୌହର ଓ ଜେଦ ତାଙ୍କ ରିଲେସନସିପକୁ ନେଇ ବହୁଦିନରୁ ଚର୍ଚ୍ଚାରେ ଥିଲେ।