ଜାତୀୟ ରାଜପଥରେ ଓଲଟି ପଡ଼ିଲା ଗ୍ୟାସ୍‌ ଟ୍ୟାଙ୍କର

ଯାଜପୁର,ଏନ୍ଏନ୍ଏସ୍: ଯାଜପୁର ଜିଲ୍ଲା ଅନ୍ତର୍ଗତ ବଡ଼ଚଣା ଥାନା ଅଞ୍ଚଳରେ ଶନିବାର ସକାଳେ ଏକ ଗ୍ୟାସ୍‌ ଟ୍ୟାଙ୍କର୍ ଓଲଟି ପଡ଼ିଥିବା ଦେଖିବାକୁ ମିଳିଛି। ସୂଚନା ଅନୁଯାୟୀ, ବଡ଼ଚଣା ଥାନା ଅନ୍ତର୍ଗତ ୧୬ନଂ ଜାତୀୟ ରାଜପଥର କଡ଼ାଇ ଛକ ନିକଟରେ ଏକଏଚ୍‌ପି ଗ୍ୟାସ୍‌ ଟ୍ୟାଙ୍କର ଓଲଟି ପଡ଼ିଥିଲା।

ଏହି ଗ୍ୟାସ୍‌ ଟ୍ୟାଙ୍କରଟି କଟକରୁ କୋଲକାତା ଅଭିମୁଖେ ଯାଉଥିଲା। ହଠାତ୍‌ କଡ଼ାଇଛକ ନିକଟରେ ତାହା ଭାରସାମ୍ୟ ହରାଇ ଓଲଟି ପଡ଼ିଥିଲା। ଏଥିରେ କୌଣସି ଜୀବନ କ୍ଷତି ହୋଇନଥିବା ଜଣାପଡ଼ିଛି। ସେହିପରି  କୌଣସି ଅଘଟଣ ଘଟିବା ପୂର୍ବରୁ ଚଣ୍ଡିଖୋଲ ଅଗ୍ନିଶମ କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚି ଗ୍ୟାସ୍‌ ଟ୍ୟାଙ୍କର ଉପରେ ପାଣି ପକାଇଥିଲେ। ଗ୍ୟାସ୍‌ ଲିକ୍‌ ନହେବା ପାଇଁ ଘଟଣାସ୍ଥଳରେ ଏକ ବିଶେଷଜ୍ଞ ଦଳ ଆସି ପହଞ୍ଚିଥିବା ଖବର ମିଳିଛି। ସେମାନେ ସେଠାରେ ଗ୍ୟାସ୍‌ ଟ୍ୟାଙ୍କରକୁ ଯାଞ୍ଚ କରୁଥିବା ବେଳେ ପୁଲିସ ମଧ୍ୟ ସେଠାରେ ପହଞ୍ଚିଛି।